ଭୁବନେଶ୍ୱର, ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅତିରିକ୍ତ ଏସ୍ପି (କମ୍ୟୁନିକେସନ୍) ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ତ୍ରିନାଥଙ୍କ ସହ ତାଙ୍କ ସ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ଥିଲା । ଗିରଫଦାରିଙ୍କୁ ଏଡେଇବା ପାଇଁ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।
ସୂଚନାଯୋଗ୍ୟ ଅଭିଯୋଗ ପରେ ତ୍ରିନାଥଙ୍କ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଏକା ସମୟରେ ଚଢ଼ଉ କରାଯାଇଥିଲା । ଏଥିରୁ ବିପୁଳ ପରିମାଣରେ ସମ୍ପତି ଥିବାର ଜଣାଯାଇଥିଲା । ଶ୍ରୀ ମିଶ୍ର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଏବେ ଜେଲ୍ ରେ ଅଛନ୍ତି । ପରେ ରାଜ୍ୟ ସରକାର ତ୍ରିନାଥ ମିଶ୍ରଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ତ୍ରିନାଥ ମିଶ୍ର ଗିରଫ ହେବା ଓ ନିଜ ନାଁରେ ମାମଲା ରୁଜୁ ହେବା ପରେ ଦୀପ୍ତିମୟୀ ଭିଜିଲାନସ୍ କୁ ଚ୍ୟାଲେଞ୍ଜ୍ କରିଥିଲେ । ସେ କହିଥିଲେ ଯେ, ଜବତ ହୋଇଥିବା ସମ୍ପତି ତାଙ୍କର ପୈତୃକ ସମ୍ପତି ।