ଲକ୍ଷେ୍ଣø, ଉତର ପ୍ରଦେଶରେ ୧୮ତମ ବିଧାନସଭା ପାଇଁ ହେଉଥିବା ନିର୍ବାଚନରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟର ନଅ ଜିଲ୍ଲାର ୫୪ ସିଟ୍ରେ ସୋମବାର ଦିନ ମତଦାନ ହେବ । ଏହି ପର୍ଯ୍ୟାୟରେ ୭୫ ମହିଳା ପ୍ରାର୍ଥୀ ସମେତ ମୋଟ ୬୧୩ ଆଶାୟୀ ନିର୍ବାଚନ ପଡ଼ିଆରେ ହେବ । ଶେଷ ପର୍ଯ୍ୟାୟରେ ୨.୦୬ କୋଟି ମତଦାତା ଏ ସମସ୍ତ ଆଶାୟୀଙ୍କ ଭାଗ୍ୟ ସମ୍ପର୍କରେ ନିଷ୍ପତି ନେବେ ।
ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସପ୍ତମ ପର୍ଯ୍ୟାୟର ମତଦାନ ହେବ । ତେବେ ଏହି ପର୍ଯ୍ୟାୟରେ ତିନି ସିଟ୍ ଚକିଆ(ଅ୦ଜା୦), ରାବଟର୍ସଗଞ୍ଜ ଏବଂ ଦୁଦ୍ଧି ଉପରେ ମତଦାନ ସକାଳ ସାତଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ହେବ ।