-
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ
-
କଳାହାଣ୍ଡିର କଲେଜ ଅଧ୍ୟକ୍ଷଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାର୍ ନିକଟରେ ଶ୍ରୀ ସାହୁଙ୍କ ନାମରେ କଲେଜରେ ଚାକିରିର ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଲୋକଙ୍କଠାରୁ ଟଙ୍କା ନେଇ ଠକେଇ ଅଭିଯୋଗରେ କାଲାହାଣ୍ଡିରେ ଚାରୋଟି ମାମଲା ରୁଜୁ କରାଯାଇଥିଲା । ଏକ ପ୍ରଶାସନିକ ଅନୁସନ୍ଧାନରେ ଶ୍ରୀ ସାହୁଙ୍କ ଦ୍ୱାରା କରାଯାଇଥିବା ଆର୍ôଥକ ଅନିୟମିତତା ମଧ୍ୟ ଦେଖିବାକୁ ମିଳିଥିଲା ।
ଏବେ୬ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ସୂଚନା ଦିଆ ଯାଇଛି ।