
କେନ୍ଦୁଝର, କେନ୍ଦୁଝରରେ ପୁଣି ଏକ ଲଜ୍ଜ୍ୟା । ପୁଣି ଜଣେ ନାବାଳିକା ଗଣ ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଜିଲ୍ଲାବାସୀଙ୍କ ମୁଣ୍ଡକୁ ଲଜ୍ଜ୍ୟାରେ ତଳକୁ କରି ଦେଇଛି । ଦେଶ ଯେତେ ଆଗକୁ ଯାଉଥିବା କୁହାଯାଉଛି ସେଭଳି କିଛି ଲୋକଙ୍କ ମନରେ ମଧ୍ୟ ଅତ୍ୟନ୍ତ କୁତ୍ସିତ ମାନସିକତା ବଢିବାରେ ଲାଗିଛି । ଏହି ଘଟଣା କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅଂଚଳରେ ଘଟିଥିବା ଜଣାପଡିଛି । ପୋଲିସ ପକ୍ଷରୁ ଘଟଣାଟିକୁ ଗଣମାଧ୍ୟମ ଠାରୁ ଗୋପନ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରାଯିବା ସ୍ୱଭାବିକ୍ ଭାବେ ସମସ୍ତଙ୍କୁ ବେଶ୍ ଚକିତ କରିଛି ।
ବିଳମ୍ବରେ ମିଳିଥିବା ଖବର ଅନୁଯାୟୀ, ମହାଶିବରାତ୍ରୀରେ ପାଳିତ ହେଉଥିବା ଜାଗର ଉତ୍ସବ ଉପଲକ୍ଷେ ପାଟଣା ଅଂଚଳରେ ଚାଲିଥିବା ମେଳା ବୁଲିବାକୁ ଯାଇଥିବା ଜଣେ ନାବାଳିକା ଏହି ଗଣ ଦୁଷ୍କର୍ମର ଶୀକାର ହୋଇଅଛି । ଏ ସମ୍ପର୍କରେ ପୀଡିତାଙ୍କ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଥାନା କେଶ ନଂ ୪୩ / ୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଗତ ଶିନିବାର ଦିନ ନାବାଳିକା ଜଣକ ନିଜ ଭାଇ ସହ ଜାଗର ମେଳା ବୁଲିବାକୁ ଯାଇଥିଲେ । ମେଳା ବୁଲିବାକୁ ଯାଇଥିବା ସମୟରେ ସେଠାରେ ହଠାତ୍ ଅନ୍ଧକାରର ସୁଯୋଗ ନେଇ ୩ ଜଣ ଯୁବକ ନାବାଳିକା ଜଣକୁ ମେଳାରୁ ଉଠାଇ ନେଇ ଯାଇଥିଲେ । ଏବଂ ଏକ ଘର ଭିତରେ ତିନିଜଣ ଯାକ ଯୁବକ ତାଙ୍କ ପ୍ରତି ଗଣ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ଅଭିଯୋଗକୁ ଭିତି କରି ପାଟଣା ପୋଲିସ ଦୁଇ ଜଣକୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ଟୀକାୟତପାଟଣା ଅଂଚଳର ରଣଜିତ ମହାନ୍ତି ଓ କମେଶ୍ୱରପୁର ଅଂଚଳର ପାଣ୍ଡବ ନାଏକ ବୋଲି ଜଣା ପଡିଛି । ଏହି ମାମଲାରେ ଜଡ଼ିତ ଅନ୍ୟ ଜଣେ ଯୁବକ ଫେରାର୍ ରହିଛି ଏବଂ ଖୁବ ଶିଘ୍ର ଧରାପଡିବ ବୋଲି କହିଛନ୍ତି ଘଟଗାଁ ଠାରେ ଅବସ୍ଥାପିତ ଏସଡିପିଓ ଅସିତ ରଞ୍ଜନ ମହାନ୍ତି ।