ବ୍ରହ୍ମପୁର. ବାସ୍କେଟବଲ ଖେଳରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ବହ୍ମପୁର ଆମ୍ବପୁଆର ଇ.ବିବେକ ରେଡ଼ି । ବିବିଏ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ବିବେକଙ୍କ ପ୍ରାର୍ଥୀପତ୍ର ନେଇ ଏବେ ସାରା ସହରରେ ଚର୍ଚ୍ଚା । ବୟସ ମାତ୍ର ୨୬ ବର୍ଷ । ଅଳ୍ପ ବୟସରେ ମଧ୍ୟ ସମାଜସେବୀ ଏବଂ ଜଣେ ଯୁବକ ସଂଗଠକ ଭାବେ କେବଳ ଆମ୍ବପୁଆ ଅଞ୍ଚଳ ନୁହଁ, ବରଂ ବ୍ରହ୍ମପୁର ସହରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବିବେକ ।
ପିଲାଟି ଦିନରୁ ବିବେକ କ୍ରୀଡ଼ା ପ୍ରତି ଆକର୍ଷିତ ହୋଇଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ବାସ୍କେଟବଲ ଟିମ୍ ସହ ସର୍ବଭାରତୀୟ ବିଶ୍ୱ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି । ୨୦୧୨ରେ ୟୁଥ୍ ନ୍ୟାସନାଲ ବାସ୍କେଟବଲରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି । ୨୦୧୧ରେ ଇଷ୍ଟଜୋନ୍ ଇଣ୍ଟର ଇନ୍ଭରସିଟି ଟୁର୍ଣ୍ଣମେଣ୍ଟ ଭଳି ଅନେକ ଟୁର୍ଣ୍ଣାମେଣ୍ଟରେ ଖେଳ କେବଳ ବ୍ରହ୍ମପୁର ନୁହଁ, ବରଂ ଗଞ୍ଜାମ ଜିଲା ଏବଂ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସେ ବ୍ରହ୍ମପୁର ମହାନଗର ନିଗମର ୪୨ନମ୍ବର ୱାର୍ଡରୁ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସଦାସର୍ବଦା ଯୁବ ଓ ଛାତ୍ର ସମାଜକୁ ନେତୃତ୍ବ ନେବାକୁ ସୁଯୋଗ ଦେଇଥାନ୍ତି । ବିବେକଙ୍କୁ ପ୍ରାର୍ଥୀ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଯୁବ ପ୍ରତିଭାକୁ ଚିହ୍ନିଛନ୍ତି । ସୂଚନାଥାଉକି, ବିବେକ ଆମ୍ବପୁଆ ଅଞ୍ଚଳର ଜଣେ ଯୁବ ସମାଜସେବୀ ଭାବେ ଦୀର୍ଘଦିନଧରି ତାଙ୍କର ସମାଜସେବା କରି ଆସୁଥିଲେ। ସାକାହାରୀ ବିବେକ ଧାର୍ମିକ ଆନୁଷ୍ଠାନ ସହିତ ଅଙ୍ଗାଙ୍ଗୀଭାବେ ଜଡିତ। ଧାର୍ମିକ ଚିନ୍ତାଧାରାରେ ଥିବା ବ୍ୟକ୍ତି ବିଶେଷଙ୍କ ସେ ଆଦରଣୀୟ। ତାଙ୍କ ବାପା ଇ.ଦିଲେସୁ ରେଡ୍ଡି ରାଜ୍ୟ ପୁଲିସ୍ ବିଭାଗର ସେକ୍ସନ ଅଫିସ୍ର ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ବିବେକ ପିଲାଟି ଦିନରୁ ଜନସେବା ଓ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଗ୍ରାମ ଓ ଅଞ୍ଚଳରେ ପରିଚିତ। ବିବେକ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ତାଙ୍କ ସମର୍ଥନରେ ଆମ୍ବପୁଆ ଅଞ୍ଚଳ ତଥା ୪୨ନମ୍ବର ୱାର୍ଡବାସିନ୍ଦା ତାଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇବା ପାଇଁ ଶପଥ ନେଇଥିବା ମଧ୍ୟ ଜଣାଇଛନ୍ତି। ସମସ୍ତଙ୍କ ଭଲ ପାଇବା ଓ ଆର୍ଶିବାଦ ରହିଲେ ମୁଁ ନିର୍ବାଚନ ଜିତିବା ସହ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ତାଙ୍କ ସେବା କରିବି ବୋଲି ତାଙ୍କ ପ୍ରତିକ୍ରିୟାରେ ବିବେକ କହିଛନ୍ତି।
Related Stories
November 2, 2024