ନୂଆଦିଲ୍ଲୀ, ଦେଶରେ କରୋନା ନିୟନ୍ତ୍ରଣ ନିମିତ୍ତ ପ୍ରତିଷେଧକ ଟିକାଦାନ କାର୍ଯ୍ୟକ୍ରମ ଚାଲିଛି । ଏପର୍ଯ୍ୟନ୍ତ ୧୭୮.୫୫ କୋଟି ଡୋଜ୍ ଟିକା ଦିଆ ସରିଲାଣି । ଦେଶରେ ବର୍ତ୍ତମାନ ୬୩ ହଜାର ୮୭୮ ଜଣ ସକ୍ରିୟ ରୋଗୀ ଅଛନ୍ତି । ସକ୍ରିୟ ରୋଗୀଙ୍କ ଶତକଡ଼ା ହାର ୦.୧୫ ରହିଛି । ଠିକ୍ ସେହିପରି ଆରୋଗ୍ୟ ହାର ୯୮.୬୫ ପ୍ରତିଶତ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୬୫୧ ଜଣ ସୁସ୍ଥ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ୪,୨୩,୭୮,୭୨୧ ଜଣ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ୫,୯୨୧ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୬୩ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୪ ଶତାଂଶ ଅଛି । ଏ ପର୍ଯ୍ୟନ୍ତ ୭୭ କୋଟି ୧୯ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯,୪୦,୯୦୫ଟି ନମୁନା ପରୀକ୍ଷା ହୋଇଛି ।