ବାରିପଦା – ଚଳିତ ନଭେମ୍ବର ୧ରୁ ୨ ପର୍ଯ୍ୟନ୍ତ ଭୂବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିÂା ଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଶିଶୁ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂ, ୱାଡେ଼ନ ସରୋଜ କୁମାର ସାବତ, ଶିକ୍ଷକ ସୌମ୍ୟ ଦାଶ, ଗଣେଶ ବେହେରା, କ୍ରୀଡ଼ା ପ୍ରଶିକ୍ଷକ ବିନୋଦ କୁମାର ରାମ, ଦୀପକ କୁମାର ରାମ, ଆକାଉଂଟାଂଟ ଗୌତମ ପଣ୍ଡା, ସିଆରସିସି ତପସ୍ୱିନୀ ପଣ୍ଡା ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଶିଶୁମାନଙ୍କ ବୌଦ୍ଧିକ ବିକାଶ ଦିଗରେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଅଭିନ୍ଦନ ଜଣାଇବା ସହ ଭବିଷ୍ୟତରେ ଏହି ପ୍ରକାରର କାର୍ଯ୍ୟକ୍ରମକୁ ବଜାଇ ରଖିବା ନିମନ୍ତେ ଉପଦେଶ ଦେଇଥିବା ସମୟରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ମୟୂରଭଞ୍ଜ ସର୍ବଶିକ୍ଷା ଅଭିଯାନର ସଂଯୋଜକ ସପନ କୁମାର ପୃଷ୍ଟି, ମାନସ କୁମାର ସ୍ୱାଇଁ, ଶୈଳବାଳା ବେହେରା, ମନୋଜ କୁମାର ଶର୍ମା ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।
ପ୍ରକାଶ ଥାଉକି, ୨୦୧୬ରେ ତକ୍ରାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରାଇବାର ମହତ୍ ଉଦେ୍ଧଶ୍ୟ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲା ବିଭିନ୍ନ ଅଂଚଳରେ ଥିବା ହୋଟେଲ, ଢ଼ାବା , ଜଳଖିଆ ଦୋକାନ ଆଦିରେ ଚଢ଼ାଉ କରାଯାଇଥିଲା ଏବଂ ସେଠାରୁ ଉଦ୍ଧାର କରାଯାଇଥିବା କାର୍ଯ୍ୟରତ ଶିଶୁ ଶ୍ରମିକମାନଙ୍କୁ ବାରିପଦା ଜନାର୍ଦ୍ଧନପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଆବାସିକ ଛାତ୍ରାବାସରେ ଥଇଥାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କ ସ୍ୱତନ୍ତ୍ର ତତ୍ୱାବଧାନ ସହଂ ସମସ୍ତ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀମାନଙ୍କ ସହଯୋଗରେ ଶିଶୁ ଶ୍ରମିକମାନେ ପାଠ ପଢ଼ାପଢ଼ି ସାଙ୍ଗକୁ ଖେଳକୁଦ ଆଦି ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିବାଦିତ କରାଇବାରେ ସଫଳ ହୋଇଛନ୍ତି ।