ଭୁୁବନେଶ୍ୱର,କଟକ ମହାନଗର ନିଗମ ପାଇଁ ସିନେ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ଏହି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ପୂର୍ବରୁ କଂଗ୍ରେସ ପକ୍ଷରୁ ଏହି ପଦ ପାଇଁ ଗିରିବାଳା ବେହେରାଙ୍କ ନାମ ଘୋଷଣା କରା ଯାଇଥିବା ବେଳେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସୁଭାଷ ସିଂହଙ୍କୁ ପ୍ରାର୍ଥୀ କରା ଯିବ ବୋଲି ଘୋଷଣା କରା ଯାଇ ସରିଛି ।
ପ୍ରାର୍ଥୀ ଭାବେ ଘୋଷଣା କରା ଯିବା ପରେ ଶ୍ରୀତମ ଦାସ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ଦଳୀୟ ନେତୃତ୍ୱ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ସେ ଗତ ଦଶ ବର୍ଷ ହେବ ଭାରତୀୟ ଜନତା ପାର୍ଟି ପାଇଁ କାମ କରି ଆସୁଛନ୍ତି । ଦଳର ଷ୍ଟାର କ୍ୟାମ୍ପେନର ଭାବେ ସାରା ରାଜ୍ୟରେ ଦଳ ପାଇଁ ପ୍ରଚାର କରିଛନ୍ତି ।