ବଲାଙ୍ଗିର,ବଲାଙ୍ଗିର ପୃଥ୍ବୀରାଜ ହାଇସ୍କୁଲ୍ ୧୯୭୨ ବ୍ୟାଚ୍ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସାମ୍ବାଦିକ ଭବନ ଠାରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଦୀକ୍ଷିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେ ସମୟରେ ଥିବା ଶିକ୍ଷକ ଲକ୍ଷ୍ମୀ ନାରାୟଣ ଦାଶ, ପ୍ରାଣବନ୍ଧୁ ନାୟକ, ଶ୍ୟାମ ସୁନ୍ଦର ଉଦ୍ଗାତା, ଭାବଗ୍ରାହୀ ରଥ, ଘାସିରାମ ବିଶ୍ଵାଳ, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ । ସ୍ମରଣିକା କମିଟିର ପରିଚାଳନା ସମ୍ପାଦକ ଭବାନୀ ଶଙ୍କର ପଟେଲ, ରାମଶଙ୍କର ନନ୍ଦ, ଗୋପବନ୍ଧୁ ଶତପଥୀ, ସୁରେନ୍ଦ୍ର କୁମାର ତ୍ରିପାଠୀ, ଅଶୋକ ଶତପଥୀ ଓ ବିଜୟ କୁମାର ଦୀକ୍ଷିତ୍ ମାନପତ୍ର ପାଠ କରିଥିଲେ ଓ ଶିକ୍ଷକମାନେ ପରସ୍ପରକୁ ମାନପତ୍ର ପ୍ରଦାନ କରିଥିଲେ । ସମ୍ମାନିତ କାର୍ଯ୍ୟକ୍ରମ ପରେ ଶିକ୍ଷକ ମାନେ ଆର୍ଶିବଚନ ପ୍ରଦାନ କରିଥିଲେ । ପରେ ସ୍ମରଣିକା ଉନ୍ମୋଚିତ ହେଲାପରେ ସ୍ମରଣିକା କମିଟି ସଦସ୍ୟ ମାନେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉଦଘାଟନ ଓ ସମ୍ମାନିତ କାର୍ଯ୍ୟକ୍ରମ ପରେ ୧୯୭୨ ବ୍ୟାଚ୍ ର ପରିବାର ସହ ଯୋଗଦେଇ ଥିବା ବନ୍ଧୁ ପତ୍ନୀ ସାଙ୍ଗରେ କ୍ରମାନ୍ୱୟରେ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା । ସେମାନେ ସପତ୍ନିକ ମଞ୍ଚକୁ ଯାଇ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ ।
ଏଥିରେ ରାଜ୍ୟ ଭିତରୁ ଓ ଦେଶ ବିଦେଶରେ ଥିବା ବ୍ୟାଚ୍ ସାଙ୍ଗ ଯୋଗ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଫଟୋ ଉଠା କାର୍ଯ୍ୟକ୍ରମ ଓ ବ୍ୟାଚ୍ ର କଳାକାରମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଦିନ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।