-
୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବସ୍ତ୍ର ଓ ପୋଷାକ ପୋଡି ନଷ୍ଟ
ଗଞ୍ଜାମ, ଗତକାଲି ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଥିବା ନଟରାଜ ଡ଼୍ରେସ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଖବର ପାଇ ବୁଗୁଡ଼ା ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଅଦ୍ୟାବଧି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବସ୍ତ୍ର ଓ ପୋଷାକ ପୋଡି ନଷ୍ଟ ହୋଇଛି । ବୁଗୁଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।