-
ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ଘସିପୁରା, ଜଣେ ଆଦିବାସୀ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାର ବିଚାରଣା କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗତକାଲି ତାଙ୍କ ରାୟରେ ଅଭିଯୁକ୍ତ ଚନ୍ଦନ ନାଥକୁ ଆଜୀବନ କାରାଦଣ୍ଡାଦେଶ ସୁଣାଇଛନ୍ତି ।
ସୂଚନାରୁ ଜଣାଯାଏ, ୧୬ ।୧୦।୨୦୧୫ ମସିହାରେ ଆନନ୍ଦପୁର ଥାନା ଅନ୍ତର୍ଗତ ବରଗୋଠ ଗ୍ରାମର ଲାଦୁ ହୋ ପରିବାର କଳହ ନେଇ ଆନନ୍ଦପୁର ଥାନାରେ ସୁରେନ୍ଦ୍ର ହୋ ନାମରେ ଅଭିଯୋଗ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସୁରେନ୍ଦ୍ର ୧୬ ।୧୦।୨୦୧୫ ମସିହା ସଂଧ୍ୟା ସମୟରେ ଲାଦୁ ନିଜଘରେ ଶୋଇଥିବାର ସୁଯୋଗ ନେଇ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏନେଇ ଫକୀର ହୋ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜନ କୁମାର ସୁତାର ମାମଲାର ବିଚାରଣା କରି ତାଙ୍କ ରାୟରେ ଅଭିଯୁକ୍ତ ସୁରେନ୍ଦ୍ର ହୋ କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସଜା ଶୁଣାଇଥିବା ସହିତ ଦଶ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦୟେ ଏକ ବର୍ଷ ଅଧିକ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ ।