ଗଞ୍ଜାମ, ତ୍ରିସ୍ତରିୟ ପଚାଂୟତ ନିର୍ବାଚନ ପରେ ପୌର ନିର୍ବାଚନକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ହୋଇଉଠିଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ଦଳ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି । ସଂଘମିତ୍ରା ଦଳେଇ ହୋଇଛନ୍ତି ବିଜେଡ଼ିର ମେୟର ପ୍ରାର୍ଥୀ । ନିର୍ବାଚନରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ସଂଘମିତ୍ରା ଏବେ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରାର୍ଥୀ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଏବେ ମୋ ପାଇଁ ଦାୟିତ୍ୱ ବଢିଛି । ମୁଁ ଠିକ୍ ଭାବେ ଏହି ଦାୟିତ୍ୱକୁ ନିର୍ବାହ କରିବି ବୋଲି ସଂଘମିତ୍ରା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖ ଯାଏ ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ୍ ହେବ । ୧୪ରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଚୂଡ଼ାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୬ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ ।