ଗଞ୍ଜାମ, ବ୍ରହ୍ମପୁର ପୌର ନିର୍ବାଚନ ଦୃଷ୍ଟିରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତ ୨୪ ଘଂଟା ମଧ୍ୟରେ ବିଭିନ୍ନ ଥାନା ଅଂଚଳରେ ଯାଂଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାଂଚ୍ ବେଳେ ୫ ଲିଟର ମଦ ଜବତ ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ ଏକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ।
ସେହିପରି ବେପରୁଆ ଗାଡି ଚାଳନା ଓ ବିନା କାଗଜପତ୍ରରେ ଗାଡି ଚଳାଉଥିବା ୧୪୬ ଜଣ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ଠାରୁ ୧ ଲକ୍ଷ ୪୬ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଅନୁରୂପ ଭାବେ କୋଭିଡ଼୍ କଟକଣା ମାନୁନଥିବା ବ୍ୟକ୍ତିଙ୍କ ଠାରୁ ୩୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ପୀନାକ ମିଶ୍ର ସୂଚନା ଦେଇଛନ୍ତି ।