ଭୁବନେଶ୍ୱର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଅବସରରେ ବିଜୁ ପଟ୍ଟନାୟକ ପାର୍କରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ବିଜୁବାବୁଙ୍କ ନାମରେ ଶ୍ରୀନଗର ବିମାନ ବନ୍ଦରର ନାମ କରଣ କରିବା ପାଇଁ ଦାବି କରିଥିଲେ । ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ବିଜୁବାବୁଙ୍କ ବିଷୟରେ କହିବାକୁ ଯାଇ ସ୍ୱାଧୀନତା ପରେ ପରେ ପାକିସ୍ଥାନ ଜାମ୍ମୁ-କାଶ୍ମୀର ଦଖଲ କରିବା ପାଇଁ ଆକ୍ରମଣ କରିବା ସମୟରେ ବିଜୁବାବୁ କିପରି ସାହାସର ସହିତ ଶ୍ରୀନଗର ବିମାନ ବନ୍ଦରରେ ନିଜର ବିମାନ ଅବତରଣ କରାଇ ଭାରତୀୟ ସୈନିକ ମାନଙ୍କୁ ସହାୟତା କରିଥିଲେ ତାହା ବର୍ଣ୍ଣନା କରିଥିଲେ । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉପଦେଷ୍ଟା ନିମାଇଁ ଚରଣ ଦାସ, ଯୁଗ୍ମ-ସଂପାଦକ ସିଧାର୍ଥ ଶଙ୍କର ଗଡନାୟକ, ମହେଶ୍ୱର ବିଶ୍ୱାଳ, ଶରତ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ଜେଠୀ, ରୁଷୀ ପଟ୍ଟନାୟକ, ସମରଞ୍ଜନ ମହାନ୍ତି ଓ ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
Related Stories
November 23, 2024