
ରାଜ୍ୟସ୍ତରୀୟ ଓପନ୍ ବ୍ୟାଡମିଣ୍ଟନ ଟୋର୍ଣ୍ଣାମେଣ୍ଟ ପୁରୀରେ ଉଦଯାପିତ ହୋଇଯାଇଛି। ଶ୍ରୀହରି ବ୍ୟାଡମିଣ୍ଟନ କ୍ଲବ ପକ୍ଷରୁ ପୁରୀ ଚୁଡଙ୍ଗ ସାହିରେ ଥିବା ବ୍ୟାଡମିଟନ କୋର୍ଟ ପରିସରରେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ପୁରୀର ଗୈାରବ ବେହୁରା ଓ ଭୁବନେଶ୍ବରର ଆଦିତ୍ୟ ଚମ୍ପିଅନ ହୋଇଥିବାବେଳେ ଭୁବନେଶ୍ୱରର ବାଣ୍ଠା ଓ ବାପି ରର୍ନସ ଅପ୍ ହୋଇଥିଲେ।
ସେହିପରି ଭେଟେରାନ୍ ଡବଲ ଚମ୍ପିଆନସିପରେ ପୁରୀର ସୁଶାନ୍ତ ଏବଂ ଖୋର୍ଦ୍ଧା ର ଶୁଭ୍ଳ ଚମ୍ପିଆନ ହୋଇଥିବାବେଳେ କଟକର ଅଶୋକ ଓ ପ୍ରକାଶ ରର୍ନସ ଅପ୍ ହୋଇଥିଲେ। ଅଣ୍ଡର ୧୯ରେ ଡବଲସ୍ ଚମ୍ପିୟାନ ଭାବେ ସଙ୍କେତ ଓ ଅମରେଶ ପୁରସ୍କାର ଅର୍ଜନ କରିଥିବାବେଳେ ରର୍ନସ୍ ଅଫ୍ ଭାବେ ରୋନକ୍ ଓ ନିଶାନ ହୋଇଥିଲେ |ଅଣ୍ଡର ୧୯ସିଙ୍ଗଲ ଚମ୍ପିୟାନ ସଙ୍କେତ ହୋଇଥିବାବେଳେ ମହିଳା ସିଙ୍ଗଲ ରର୍ନସ ଲିପ୍ସା ପ୍ରିୟଦର୍ଶନୀ ପୁରସ୍କାର ଅର୍ଜନ କରିଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। କ୍ଲବର ସମ୍ପାଦକ ସୁକାନ୍ତ କୁମାର ବିଶ୍ବାଳ, ସଭାପତି ସନ୍ତୋଷ କୁମାର ପଲ୍ଲେଇଙ୍କ ସହ ସମସ୍ତ ସଦସ୍ୟ ମାନେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।