ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚା ମହିଳା ନେତ୍ରୀଓ କର୍ମକର୍ତାମାନେ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଜିଲ୍ଲାପାଳମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସପିଙ୍କୁ ବହିଷ୍କାର, କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଆଦି ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆନେ୍ଦାଳନକୁ ଓହ୍ଲାଇଛି ।
ରାଜଧାନୀ ଭୁବନେଶ୍ୱରରେ ଶତାଧିକ ସଂଖ୍ୟାରେ ମହିଳା ଏକାଠି ହୋଇ ଆନେ୍ଦାଳନରେ ସାମିଲ ହୋଇଥିଲେ ।ସେହିପରି କଟକରେ ମଧ୍ୟ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ମିତାରାଣୀଙ୍କୁ ନ୍ୟାୟ ଦାବିରେ ଯାଜପୁର , ବଲାଙ୍ଗିର ,ବ୍ରହ୍ମପୁର ଓ ସମ୍ୱଲପୁରରେ ମଧ୍ୟ ଶତାଧିକ ସଂଖ୍ୟାରେ ମହିଳା ଆନେ୍ଦାଳନକୁ ଓହ୍ଲାଇଥିଲେ ।