ଭୁବନେଶ୍ୱର – ଡୋପ୍ ଟେଷ୍ଟରେ ଧରାପଡ଼ି ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଭାରୋତୋଳକ ରବି କୁମାର । ନ୍ୟାସନାଲ୍ ଆଂଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଗକୁ ଟୋକିଓ ଅଲମ୍ପିr ଥିବା ବେଳେ ରବି କୁମାର ଡୋପିଂ ଟେଷ୍ଟରେ ଫେଲ୍ ହେବା ଭାରତକୁ ବଡ଼ ଝଟକା ଦେଇଛି ।
ରବି କୁମାର କହିଛନ୍ତି, ନାଡାରେ ଶୁଣାଣି ଶେଷ ହୋଇନି । ମୁଁ ମୋର ପକ୍ଷ ରଖୁଛି । ଗତ ଶୁଣାଣିରେ ନାଡା ମୋ ପକ୍ଷ ଗ୍ରହଣ କରିଛନ୍ତି । ମୁଁ ମୋର ଖେଳକୁ ବରବାଦ ହେବାକୁ ଦେବିନି ।
ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମରାଜ ଯାଦବ, ସ୍ପ୍ରିଂଟର ସଞ୍ଜିତ ଏବଂ ଭାରୋତୋଳକ ଗୁରୁମିଲ୍ ସିଂହ ।
ସୂଚନାଯୋଗ୍ୟ ଯେ ୨୦୧୦ ରାଜ୍ୟଗୋÂୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ ପଦକ ପାଇଥିଲେ । ସେହିପରି ୨୦୧୪ରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।