- ମୋଦି ସରକାର ଦେଶର ଗରୀବ, ବଂଚିତ ଓ ଶୋଷିତଙ୍କ ପାଇଁ ସମର୍ପିତ
- ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି
- ଦେଶର ଭିତିଭୂମିକୁ ସୁଦୃଢ କରିବା ଦିଗରେ ମୋଦି ସରକାର କାମ କରୁଛନ୍ତି
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନରେ କେନ୍ଦ୍ର ସରକାର ଓଡିଶାକୁ ୧୬,୬୦୫.୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମନସୁଖ୍ ମଣ୍ଡାଭିଆ ପ୍ରକାଶ କରିଛନ୍ତି । ସୋମବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୧୦୦ ଦିନର ହିସାବ ଦେଇ ସେ ଏହା ପ୍ରକାଶ କରିଥିଲେ ।
ସେ କହିଥିଲେ ଯେ ଓଡିଶାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଓଡିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ବିଭାଗ ଦିଆଯାଇଥିଲା । ଏବେ ୪ ଟି ବିଭାଗ ଦିଆଯାଇଛି । ଓଡିଶାକୁ ଦିଆଯାଇଥିବା ୧୬,୬୦୫.୨ କୋଟି ଟଙ୍କା ମଧ୍ୟରୁ ୫,୩୩୩ କୋଟି ଟଙ୍କା କାମ୍ପା ଫଣ୍ଡରୁ ଦିଆଯାଇଥିବା ବେଳେ ଫନିର କ୍ଷତିପୂରଣ ବାବଦକୁ ୩ଟି ପର୍ଯ୍ୟାୟରେ ୪,୬୭୮.୨୨ କୋଟି ଟଙ୍କା ଓ ରେଲୱେ ବଜେଟ୍ ରେ ୫,୯୯୩ କୋଟି ଟଙ୍କା ଦିଆଯାଇଛି । ଓଡିଶାକୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନାହିଁ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ଓ ବାତ୍ୟା ପ୍ରବଣ ଅଂଚଳରେ ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ମୋଦି ସରକାର ସବକା ସାଥ, ସବକା ବିକାଶ ନୀତି ନେଇ କାମ କରୁଛି । ମୋଦି ସରକାରଙ୍କ ନୀତିର ମୂଳରେ ଦେଶର ଗରୀବ, ବଂଚିତ ଓ ଶୋଷିତ ରହିଛି । ସେମାନଙ୍କର ବିକାଶ ସହିତ ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ସେହିପରି ପ୍ରତିରକ୍ଷା, ଦୂରସଂଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତନ ଆଣିବା ସହ ଦେଶର ଭିତିଭୂମିକୁ ସୁଦୃଢ କରିବା ଦିଗରେ ମୋଦି ସରକାର କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ତା\’ର ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରା କରିଥିବା ଅବସରରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ମନସୁଖ୍ ମାଣ୍ଡଭିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି ଯେ ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନରେ ଦେଶର ହିତ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଗତ ବଜେଟ୍ ଅଧିବେଶନରେ ସର୍ବାଧିକ ଦିନ ଧରି ସଂସଦ ·ଲିଥିଲା । ଯାହା ବିଗତ ୨୦ ବର୍ଷରେ ହୋଇ ନାହିଁ । ବିଜେପି ସରକାର ଲୋକଙ୍କୁ କ୍ଷତି ପହଁ·ଉଥିବା ୫୮ଟି ଆଇନକୁ ହଟାଇ ଦେଇଛନ୍ତି ଏବଂ ନୂତନ ଆଇନ ପ୍ରଣୟନ କରିଛନ୍ତି । ବଡ଼ ଐତିହାସିକ ପଦକ୍ଷେପ ହେଲା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ । ଜାମ୍ମୁ ଓ କାଶ୍ମୀର ବାସିନ୍ଦା ଆଜି ନିଜର ହକ୍ ପାଇଛନ୍ତି । ସରକାରୀ ଯୋଜନା ଆଉ ଅପହଂଚ ହୋଇ ରହି ନାହିଁ । ସେହିପରି ଆତଙ୍କାବାଦୀଙ୍କ ନିରସ୍ତ୍ର କରିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କାବାଦୀଙ୍କୁ ଚିହ୍ନଟ କରି ତାଙ୍କୁ ଦଣ୍ଡିତ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏକୁ ସଶକ୍ତ କରାଯାଇଛି । ଏନ୍ଆଇଏ ଆବଶ୍ୟକ ମୁତାବକ ସ୍ୱତନ୍ତ୍ରଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ । ସେହିପରି ଡିଫେନ୍ସ ଷ୍ଟାଫ ଗଠନ କରାଯାଇଛି । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆପାଚେ ଯୁଦ୍ଧ ବିମାନ ସେନାରେ ସାମିଲ ହୋଇପାରିଛି ।
ସେହିପରି ସବୁ ବର୍ଗର ବିକାଶ ହେଲେ ନ୍ୟୁ ଇଣ୍ଡିଆର ସ୍ୱପ୍ନ ପୂରଣ ହୋଇପାରିବ । ଦେଶର ସବୁ ବର୍ଗର ଲୋକଙ୍କୁ ସାମାଜିକ, ଆର୍ଥିକ, ଓ ଭୌଗୋଳିକ କ୍ଷେତ୍ରରେ ସମାନ ସୁଯୋଗ ମିଳିବା ନେଇ ପ୍ରୟାସ ଜାରି ରହିଛି । ସେଥିପାଇଁ ଆଦିବାସୀ ବର୍ଗର ପିଲାଙ୍କ ଶିକ୍ଷା ପାଇଁ ୧୫୦ ଟି ଏକଲବ୍ୟ ଆଦିବାସୀ ସ୍କୁଲ ପ୍ରତିଷ୍ଠା କରାଯାଇଛି ବୋଲି କହିନ୍ତି ମନସୁଖ ମଣ୍ଡାଭିଆ ।\nସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଓ ଲଦାଖ-ଭାରତର ମୁକୁଟ, ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ହାସଲ କରିବା ପାଇଁ ବ୍ୟାପକ ଅର୍ଥନୈତିକ ସଂସ୍କାର, ବ୍ୟବସାୟିକ ସୁଗମତା, ସମାଜର ସବୁ ବର୍ଗଙ୍କ ୁସାମାଜିକ ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଜଳ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ, ଉତମ ପ୍ରଶାସନ, ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କ ପ୍ରଥମ ନିଷ୍ପତି । ସେ କହିଛନ୍ତି ଯେ ଉଚ୍ଚଶିକ୍ଷା ଭିତିଭୂମି ଉପରେ ଗୁରୁତ୍ୱ, ଆବିଷ୍କାର ସୋପାନରେ, ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ର, ମୋଦୀ ସରକାରଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱ ସ୍ତରରେ ଭାରତର ସମ୍ମାନରେ ବୃଦ୍ଧି, ବୈଶ୍ୱିକ କାର୍ଯ୍ୟକ୍ରମ ରେ ଭାରତର ଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀ ମୋଦୀ, ପଡୋଶୀ ପ୍ରଥମେ ନୀତି, ବୃଦ୍ଧି ପାଇଥିବା ପଡୋଶୀଙ୍କ ସହିତ ଆମ ସମ୍ପର୍କରେ ବୃଦ୍ଧି, ବିଶ୍ୱସ୍ତରରେ ଭାରତର ପ୍ରଭାବବୃଦ୍ଧି, ଜି-୭ ସମ୍ମିଳନୀ, ରୁଷ ସହ ସମ୍ପର୍କ ଦୃଢ଼ୀକରଣ, ଉତର-ପୂର୍ବାଂଚଳର ବିକାଶ ହୋଇଛି ।
ସେ କହିଛନ୍ତି ଯେ ଜାମ୍ମୁ, କାଶ୍ମୀର ଓ ଲଦାଖରେ ଜନସାଧାରଣଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବା ପାଇଁ ଧାରା ୩୭୦ ଓ ୩୫-ଏର ଉଚ୍ଛେଦ, ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତକରିବା, ଭିତିଭୂମି ଓ ସାମାଜିକକ୍ଷେତ୍ରରେ ବଡ ଧରଣର ନିବେଶ, ବ୍ୟବସାୟିକ ସୁଗମତା, ତିନିତଲାକ ବିରୋଧରେ ଆଇନଗତ ପଦକ୍ଷେପ, ଜିଏସଟି ଓ ଆଇଟିରିଟର୍ଣ୍ଣ ଫାଇଲ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବାହ୍ୟ ବାଧା ଦୂର, ଜଳଶକ୍ତି ଅଭିଯାନ, ହର ଘର ବିଜଲି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳାଯୋଜନା, ଆୟୁଷ୍ମାନ ଭାରତ, ଅଣ ସଂଗଠିତ କ୍ଷେତ୍ରରେକାର୍ଯ୍ୟକରୁଥିବାଶ୍ରମିକ ଓ କ୍ଷୁଦ୍ରବିକ୍ରେତାଙ୍କ ପାଇଁସାମାଜିକକ୍ଷେତ୍ରରେସୁରକ୍ଷା, କୃଷକମାନଙ୍କ ପାଇଁ ବିଶ୍ୱରେ ସର୍ବାଧିକ ଆର୍ଥିକ ସହାୟତା, ଫିଟଇଣ୍ଡିଆ ପାଇଁ ଓ ଥରକେବ୍ୟବହୃତହେଉଥିବା ପ୍ଲାଷ୍ଟିକର ଉପଯୋଗ ନିଷିଦ୍ଧ କରିବା ବିରୋଧରେ ଜନ ଆନ୍ଦୋଳନ, ଉତମପ୍ରଶାସନ ପାଇଁ ପଦକ୍ଷେପ, ଫଳପ୍ରଦ ସଂସଦୀୟ ଅଧିବେଶନ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟଧାରା ଆଦି ପ୍ରମୁଖକାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମାହନ ମାଝୀ , ସାଂସଦ ଅପରାଜିତା ଷଡଙ୍ଗୀ, ଅଶ୍ୱିନୀ ବୈଷ୍ଣବ ତଥା ପତ୍ରସୂଚନା କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।