ବଲାଙ୍ଗିର, ହରିଶଙ୍କର ଓ ଲାଠୋର ରେଞ୍ଜ୍ ର କର୍ମଚାରୀମାନେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଠୋର ଥାନା ଅନ୍ତର୍ଗତ ଖରଲି ଗ୍ରାମର ଧନଞ୍ଜୟ ମେହେର (୬୭)ଙ୍କ ଘରେ ପହଞ୍ଚିଥିଲେ। ଲାଠୋର ଫରେଷ୍ଟର ତାଙ୍କୁ ଘର ତଲାସି କରିବାକୁ ୱାରେଣ୍ଟ ଦେଇଥିଲେ । ଚଢ଼ଉ ବେଳେ ତାଙ୍କ ଘରେ ୩୨,୮୪ ସିଏଫଟି ମାପର ୨୧ ଗୋଟି ଶାଗୁଆନ୍ ଗଣ୍ଡି ମିିଳିଥିଲା ବେଳେ ଘର ମାଲିକ ଏ ସମ୍ପର୍କରେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଏକ ସିଜର ଲିଷ୍ଟ ପ୍ରସ୍ତୁତ କରାଯାଇ କେସ୍ ରୁଜୁ କରାଯାଇଛି । ସିଜ୍ ଦ୍ରବ୍ୟକୁ ରେଞ୍ଜ ଅଫିସ ପରିସରକୁ ଅଣାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଅଧିକ ତଦନ୍ତ ଜାରୀ ରହିଛି । ଏହି ଚଢ଼ଉ କାର୍ଯ୍ୟ ଲାଠୋର ରେଞ୍ଜ ଅଧିକାରୀ ପ୍ରଭାତୀ ସେଠ ଓ ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗଙ୍କ ମିଳିତ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହା ଏହି ଲାଠୋର ଅଞ୍ଚଳରେ ଲଗାତାର ତୃତୀୟ ମାମଲା ଯେଉଁଥିରେ ଘର ଭିତରେ ବିପୁଳ ମାତ୍ରାରେ କାଠ ମହଜୁଦ ରଖାଯାଇ ଥିବାବେଳେ ବନ ବିଭାଗ ଚଢ଼ଉ କରି ଶାଗୁଆନ୍ କାଠ ଜବତ କରିବାରେ ସକ୍ଷମ ହୋଇଛି ।
Related Stories
November 23, 2024