ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମପଂଚାୟତରେ ନବ ନିର୍ବାଚିତ ସରପଂଚ ଉର୍ମିଳା ଯାନୀ ବିପୁଳ ଭୋଟ୍ ରେ ବିଜୟ ଲାଭ କରିଛନ୍ତି । ସେ ପାଇଛନ୍ତି ୧୬୫୦ ଖଣ୍ଡ ଭୋଟ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବେଦିତା ପ୍ରଧାନ ୯୬୩ ଖଣ୍ଡ ଭୋଟ ପାଇଛନ୍ତି । ନିବେଦିତାଙ୍କ ଠାରୁ ୬୮୭ ଭୋଟ୍ ଆଗରେ ରହି ବିଜୟୀ ହୋଇଛନ୍ତି ଉର୍ମିଳା । ସେ ଆଜି ଶୋଭାଯାତ୍ରା କରିଛନ୍ତି । ବିଭିନ୍ନ ୱାର୍ଡକୁ ଯାଇ ତାଙ୍କର ବିଜୟୀ ଶୋଭାଯାତ୍ରା କରିଛନ୍ତି । ପ୍ରଥମେ ଦେପୁର ବଡପଡା, ସୋହାଗପୁର, ଦେପୁର ଛକ, ଛତିକୁଡା, ଉପର ଛତିକୁଡା, ଖଇରମାଲ, ସିନାଙ୍ଗଭଟା, ଡ଼ଙ୍ଗରୀଗୁଡା ଆଦି ଅନେକ ଗ୍ରାମକୁ ଯାଇ ବିଜୟୀ ଶୋଭାଯାତ୍ରା କରିଥିଲେ । ଆଗକୁ ସେ ଦେପୁର ଗ୍ରାମପଂଚାୟତର ଉନ୍ନତି ପାଇଁ କାମ କରିବେ ବୋଲି ଜନସାଧାରଣଙ୍କ ଆଗରେ କହିଛନ୍ତି । ପ୍ରଥମେ ପାଣି ସମସ୍ୟା, ରାସ୍ତା ସମସ୍ୟା ଆଦି ସମସ୍ୟାର ସମାଧାନ କରିବି ବୋଲି ସେ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଅନେକ ଗ୍ରାମରେ ବହୁତ ସମସ୍ୟା ରହିଛି, ଏବେ ଆସୁଛି ଖରାଦିନ, ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସବୁ ଗାଁ ର ନଳକୂଅ ମରାମତି କରାଯିବ ବୋଲି ସେ କହିଛନ୍ତି ।