
ଭୁବନେଶ୍ୱର, ଦ୍ୱି-ମାସିକ ସାହିତ୍ୟ ପତ୍ରିକା ତଥା ସୃଜନଶୀଳତାର ନବଜାଗରଣ ରୂପେ ‘ସୃଜନର ସୁର’ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ଏହି ନୂତନ ପତ୍ରିକାର ଅଭିବୃଦ୍ଧି ତଥା ପୂର୍ଣ୍ଣ କଳେବର ନିମନ୍ତେ ବିଭିନ୍ନ ଶ୍ରେଣୀୟ ସମାଜ ଉପଯୋଗୀ ଲେଖାମାନ ଗ୍ରହଣ କରାଯାଉଛି । ଏତଦ୍ ବ୍ୟତୀତ ‘ସୃଜନର ସୁର’ ପାଇଁ ମଧ୍ୟ ସଭ୍ୟ ସଂଗ୍ରହ କରାଯାଉଛି । ଯେଉଁମାନେ ଉକ୍ତ ପତ୍ରିକାର ସଭ୍ୟ ଭାବେ ଯୋଗଦାନ କରିବାକୁ ତଥା ଲେଖା ପ୍ରକାଶ କରିବାକୁ ଚାହୁଁଛନ୍ତି, ସେମାନେ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଲେଖାମାନ ପଠାଇବାକୁ ଦୂରଭାଷ ନଂ. ୬୩୭୦୦୫୮୪୦୩ ରେ ସଞ୍ଜୟ କୁମାର ଚୌଧୁରୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ ।