ଭୁବନେଶ୍ୱର – ଉତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁ·ପର ରୂପ ନେଇଛି । ଏହା ଦୁଇ ଦିନ ଭିତରେ ଅବପାତର ରୂପ ନେଇ ଉତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହାର ପରବର୍ତୀ ସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏହା ବାତ୍ୟାର ରୂପ ନେବ କି ନାହିଁ କି ତାହା ଦୁଇ ଦିନ ଭିତରେ ସ୍ପଷ୍ଟ ହେବ । ସେହିପରି ଓଡିଶାକୁ ବାତ୍ୟା ଆସୁଛି କି ନାହିଁ ତାହା ମଧ୍ୟ ଦୁଇ ଦିନ ପରେ ସ୍ପଷ୍ଟ ହେବ । ବର୍ତମାନ କେବଳ ଲଘୁ·ପ ରହିଛି । ଏବେଠାରୁ ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ଲଘୁଚାପ ପ୍ରଭାବରେ ନଭେମ୍ବର ୮ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଅନ୍ୟପଟେ ୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ଆଗକୁ ବଢିବ ବୋଲି ଇଣ୍ଡିଆନ ନ୍ୟାସନାଲ ସେଂଟର ଫର ଓସେନ ଇନଫର୍ମେସନ ସର୍ଭିସ ସୂଚନା ଦେଇଛି ।