କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ବାବା ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ପବିତ୍ର ମହା ଶିବରାତ୍ରୀ ପାଳନ କରାଯାଇଛି |ପବିତ୍ର ମହା ଶିବରାତ୍ରୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ନାମ ସଂକୀର୍ତନ ମାଧ୍ୟମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା |ବରପୁଟ ଗ୍ରାମବାସୀ ମାନେ ଭକ୍ତିପୂତ ଭାବେ ଉପବାସ କରି ଦୀପ ଜଳାଇ ଉଜାଗର ରହି ବାବା ବାଲୁଙ୍କେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଥିଲେ |ଏଥି ସହିତ ବାଙ୍କୀ ବ୍ଲକର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ବରପୁଟ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପଥୁରୀପଡା ଗ୍ରାମର ଅଶୋକ କୁମାର ମିଶ୍ର ଓ ସରପଞ୍ଚଙ୍କ ସହଯୋଗୀ ଙ୍କ ସହିତ ବାବା ବାଲୁଙ୍କେଶ୍ୱରଙ୍କୁ ପୂଜା କରିଥିଲେ |
ଏହି ପବିତ୍ର ମହାଶିବରାତ୍ରୀ ଅବସରରେ ପରିବେଷଣ ନାମ ସଂକୀର୍ତନରେ ବରପୁଟ ଗ୍ରାମ ପଞ୍ଚାୟତର ଭକ୍ତମାନେ ଭାବବିହ୍ୱଳ ହୋଇ କରତାଳି ଓ ହୁଳହୁଳିରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ପ୍ରାଙ୍ଗଣ ପ୍ରକମ୍ପିତ ହୋଇଉଠିଥିଲା |
Related Stories
November 21, 2024
November 21, 2024