
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମପଂଚାୟତର ଛତିକୁଡା ଶିବମନ୍ଦିର ଶ୍ରୀ ଶ୍ରୀ ଚନ୍ଦ୍ର ଚୁଡ଼େଶ୍ୱରଙ୍କ ମନ୍ଦିରରେ ଶିବରାତ୍ରି ମହୋତ୍ସବ ପାଳିତ ହୋଇଯାଇଛି । ହାତୀନଦୀକୁ ଲାଗିଥିବା ଏହି ମନ୍ଦିର ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ, ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏକ ସୁରମ୍ୟ କ୍ଷେତ୍ର । ଲଗାତାର ୨୦ ବର୍ଷ ହେଲା ଅଷ୍ଟ ପ୍ରହରୀ ହେଉଥିବା ବେଳେ ଚଳିତ ବର୍ଷ କେବଳ ପୂଜା ଅନୁଷ୍ଠିତ ହୋଇଛି । ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ଯେ, ସେମାନେ ପ୍ରଶାସନକୁ ଜଣାଇଛନ୍ତି, ଯଦି ଛତିକୁଡା ଶିବମନ୍ଦିରକୁ ସୌନ୍ଦର୍ଯ୍ୟକରଣ ସହିତ ରହିବା ପାଇଁ ବିଶ୍ରାମ ଗୃହ, ରାସ୍ତା ହୁଅନ୍ତା ତାହା ହେଲେ ଦୂର ଦୁରାନ୍ତରରୁ ଆସୁଥିବା ଲୋକଙ୍କ ନିମନ୍ତେ ସୁବିଧା ହୁଅନ୍ତା ।ଏହାଦ୍ବାରା ଶ୍ରଦ୍ଧାଳୁ ମାନେ ଟିକେ ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ମନ୍ଦିର କମିଟି ଗଣମାଧ୍ୟମ ଆଗରେ କହିଛନ୍ତି । ଏହି ମନ୍ଦିରକୁ ଅନ୍ୟ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟର ଲୋକ ମାନେ ମଧ୍ୟ ଆସନ୍ତି ।