ଭୁବନେଶ୍ୱର , ଆଗାମୀ ପୌର ନିର୍ବାଚନ ପାଇଁ ଆଜି ଠାରୁ ନାମାଂକନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସମସ୍ତ ନାମାଙ୍କନ ପତ୍ରର ଯାଂଚ ମାର୍ଚ ୯ରେ ହେବ ।
ଉଲ୍ଲେଖନୀୟ ଯେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସମସ୍ତ ନାମାଙ୍କନ ପତ୍ରର ଯାଂଚ ମାର୍ଚ ୯ରେ ହେବ । ସେହିପରି ଆଗାମୀ ୨୪ରେ ପଡିବ ପୌର ସଂସ୍ଥା ମାନଙ୍କ ପାଇଁ ନିର୍ବାଚନ ହେବ । ଏହାପରେ ୨୬ ତାରିଖ ଦିନ ଭୋଟ ଗଣତି ହେବ ।
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ପୌର ପରିଷଦ, ବିଜ୍ଞାପିତ ଅଂଚଳ ପରିଷଦ, ମହାନଗର ନିଗମରେ କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ଓ ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ୩ଟି ମହାନଗରରେ ନିର୍ବାଚନ ହେବ ।