
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଜୋନ୍ ୨ ଆସନରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ହରିଶଙ୍କର ମାଝୀ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରୋଶନ କୁମାର ମାଝୀଙ୍କୁ ୫୧୦୨ ଭୋଟ୍ ରେ ପରାଜିତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି ।
ଏଥର ଏହି ଆସନରୁ ବିଜେଡିରୁ ହରିଶଙ୍କର ମାଝୀ, ବିଜେପିରୁ ରୀନା ଭୋଇ ଓ କଂଗ୍ରେସରୁ ରୋଶନ କୁମାର ମାଝୀ ପ୍ରତିଦ୍ବନ୍ଦିତା କରୁଥିଲେ । ହରିଶଙ୍କର ମାଝୀ ୧୨,୩୪୨ଭୋଟ୍ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ୭୨୪୦ ଭୋଟ୍ ପାଇ କଂଗ୍ରେସର ରୋଶନ କୁମାର ମାଝୀ ଦ୍ୱିତୀୟ ଏବଂ ବିଜେପିର ରୀନା ଭୋଇ ୬୫୦୦ ଭୋଟ୍ ପାଇ ତୃତୀୟ ସ୍ଥାନ ରହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ରେ ନର୍ଲା ଜୋନ୍ ୨ ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡି ଏହି ଆସନକୁ କବ୍ଜା କରିଛି ।