
ଭୁବନେଶ୍ବର, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘‘ବିଜ୍ଞାନ ଓ ଜାତୀୟ ବିକାଶ’’ ଉପରେ ଆୟୋଜିତ ଏକ ୱେବିନାରରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏହି ମତବ୍ୟକ୍ତ କରିଛନ୍ତି।
ଏହି ୱେବିନାରରେ ଅଂଶଗ୍ରହଣ କରି, ପିଆଇବି କୋଲକାତା ମହାନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର କଇଁଥୋଲା କହିଥିଲେ ଯେ, ବୈଜ୍ଞାନିକ ପ୍ରତିଭା କେବଳ ସହରଗୁଡ଼ିକ ମଧ୍ୟରେ ସୀମିତ ନାହାନ୍ତି, ଗାଁରେ ମଧ୍ୟ ରହିଛନ୍ତି । ଗାଁ ଗହଳିର ଛାତ୍ରଛାତ୍ରୀମାନେ ବୁଝି ପାରୁଥିବା ଭାଷା, ବିଶେଷ କରି ସେମାନଙ୍କର ମାତୃଭାଷାରେ ବିଜ୍ଞାନ ଶିକ୍ଷାର ପ୍ରସାର କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ କଇଁଥୋଲା କହିଥିଲେ ।