
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହା ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ଶୁଭଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ – ପବିତ୍ର ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ।
ମହାଶିବରାତ୍ରୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ବର, ମହାଶିବରାତ୍ରୀ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ଯେ –ମହାଶିବରାତ୍ରୀର ପାବନ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦିକ ମଙ୍ଗଳକାମନା । ଦେବାଧିଦେବ ମହାଦେବ ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ଉନ୍ନତିର ମାର୍ଗ ପ୍ରଶସ୍ତ କରନ୍ତୁ, ଏହା ହିଁ କାମନା । ଓମ ନମଃ ଶିବାୟ ।