-
ଭୋର୍ ୪ଟା ପରେ ଉଠିବ ମହାଦ୍ୱୀପ
ପୁରୀ, ପୁରୀ ଲୋକନାଥ ପୀଠରେ ଆଜି ଜାଗର ଯାତ୍ରା ପାଳିତ ହେଉଛି । ଏହି ବିଶେଷ ଦିନରେ ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ବାବା ଲୋକନାଥଙ୍କୁ ଦର୍ଶନ କରୁଛନ୍ତି । ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ମାନେ ଦର୍ଶନ କରିପାରିବେ । ଭୋର୍ ୪ଟା ପରେ ମହାଦୀପ ଉଠିବ ।
ଚଳିତ ବର୍ଷ କଟକଣା ପାଇଁ ମେଳାରେ ଦୋକାନ ବଜାର ଦେଖିବାକୁ ମିଳିନାହିଁ । କେବଳ କିଛି ଭୋଗ, ଫୁଲ ଓ ଦୀପ ଦୋକାନ ଖୋଲାଯାଇଛି । ଜାଗର ପଡ଼ିଆରେ ଖାଁ ଖାଁ ପରିବେଶ ରହିଛି । କୋଭିଡ଼୍ ଗାଇଡ଼୍ ଲାଇନ୍ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି । ପାରମ୍ପରିକ ରୀତିନୀତି ମୁତାବକ ବାବା ଲୋକନାଥଙ୍କ ସମସ୍ତ ନୀତିକାନ୍ତି ଜାରୀ ରଖିଛନ୍ତି ସେବାୟତ ମାନେ । ରାତିରେ ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତା ରକ୍ଷା କରି ବସି ଜାଗର ଜାଳିପାରିବେ । ମହାଦ୍ୱୀପ ପୂର୍ବରୁ ହରିହର ଭେଟ କାର୍ଯ୍ୟ ସମ୍ପନ୍ନ ହେବ । ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।