ଗଞ୍ଜାମ, ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ । ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ ।
ଶିବିରର ପ୍ରାୟୋଜକ ଥିଲେ ଶ୍ରୀ ଜୟନ୍ତୀ ଲାଲ ନରସି ଚୌହାନ ଓ ପରିଚାଳନାରେ ସହଯୋଗ କରିଥିଲେ ଗୌରୀ ପ୍ରସାଦ ପରିଛା, ଗଣେଶ ପ୍ରସାଦ ପରିଛା ଏବଂ ମନ୍ଦିର କମିଟିର ସଭ୍ୟ ସଭ୍ୟା । ସମସ୍ତେ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।