ଗଞ୍ଜାମ, ଦେଶରୁ ପୋଲିଓ ରୋଗ ହଟାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ପୋଲିଓ ଦିବସ ପାଳନ କରାଯାଉଛି । ଗତ ୨୭ ତାରିଖରେ ଗଞ୍ଜାମ ଜିଲାର ସମସ୍ତ ପୁରପଲ୍ଲୀରେ ବୁଥ୍ ଖୋଲାଯାଇ ପାଂଚ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ବୁଥରେ ପୋଲିଓ ବୁନ୍ଦା ଖୁଆଇଛନ୍ତି । ଯେଉଁ ଶିଶୁମାନେ କୌଣସି କାରଣରୁ ବୁଥକୁ ଯାଇପାରିନାହାନ୍ତି, ସେମାନଙ୍କୁ ଗତକାଲି ଓ ଆଜି ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡିକର୍ମୀ ସେମାନଙ୍କ ଘରକୁ ଯାଇ ପୋଲିଓ ବୁନ୍ଦା ଖୁଆଇବା ବ୍ୟବସ୍ଥା ଗ୍ରହଣ କରିଥିଲେ ।
Related Stories
November 23, 2024