ନୂଆଦିଲ୍ଲୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ 23 ଫେବୃୟାରୀ 2022 ରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ଯାହା ଅନୁସାରେ କ୍ୟାସ ଭ୍ୟାନ; ମୋଟର ବାହନ ଉଦ୍ୟୋଗ ମାନକ -163 :2020 ସମୟକୁ ସମୟ ସଂଶୋଧନ କ୍ରମେ ଉଲ୍ଲିଖିତ ସର୍ବନିମ୍ନ ଆବଶ୍ୟକତାକୁ ପାଳନ କରିବେ, ଯେ ପର୍ଯ୍ୟନ୍ତ ସଂମ୍ପର୍କିତ ବିଆଇଏସ୍ ବିନିର୍ଦ୍ଦେଶ, ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, 2016 (2016 ର 11) ଅନ୍ତର୍ଗତ ଅଧିସୂଚିତ କରାଯାଇ ନାହିଁ।
ଏହାଦ୍ବାରା ବିଶେଷ ପ୍ରୟୋଜନ ବାହନ ଭାବରେ କ୍ୟାସ ଭ୍ୟାନର ନିର୍ମାଣ, ଶ୍ରେଣୀ ଅନୁମୋଦନ ପରୀକ୍ଷଣ ଏବଂ ପଞ୍ଜୀକରଣରେ ସୁବିଧା ହେବ।