କନ୍ଧମାଳ, ନିର୍ବାଚନ ଯେପରି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେଵ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡ଼ା ନିର୍ଦେଶ ଦେଇଥିଲେ ହେଲେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକର ସାରଙ୍ଗଗଡ଼ ପଂଚାୟତ ସରପଞ୍ଚ ନିର୍ବାଚନକୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ଯେ, କ. ନୂଆ ଗାଁ ବ୍ଳକ ଗଣତି ହଲ୍ ରେ ସିସି ଟିଭି ଲାଗିବା କଥା ହେଲେ ସିସି ଟିଭି ଲାଗିନଥିବା ନେଇ ପ୍ରାର୍ଥୀ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ସରପଞ୍ଚପ୍ରାର୍ଥୀ ଭାବେ ଦୀନବନ୍ଧୁ ପ୍ରଧାନ ଓ ତାଙ୍କ ପ୍ରତିଦ୍ବନ୍ଦୀ ବରୁଣ କହଁରଙ୍କ ଭୋଟ୍ ସମାନ ହେବାରୁ ବ୍ଳକ ନିର୍ବାଚନ ଦାୟୀତ୍ୱରେ ଥିବା ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଆଇନ ପ୍ରକାରେ ଧର୍ମଗୁଳା ପକାଇଥିଲେ । ଏଥିରେ ଦୀନବନ୍ଧୁଙ୍କ ପ୍ରତିଦ୍ବନ୍ଦୀ ବରୁଣଙ୍କୁ ବିଜୟୀ ଘୋଷଣା କରିଥିଲେ ବିଡ଼ିଓ ଶ୍ରୀ ପାତ୍ର । ପ୍ରାର୍ଥୀ ଦୀନବନ୍ଧୁଙ୍କ ଏଜେଣ୍ଟ ସୁଧୀର ସାହୁ ପୁନଃ ଗଣତି ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ବିଡ଼ିଓ ପାତ୍ର ଶୁଣିନଥିଲେ ।
ଫଳରେ ପ୍ରାର୍ଥୀ ଦୀନବନ୍ଧୁ ଓ ତାଙ୍କ ସମର୍ଥକ ମାନେ ଆଜି ସୋମବାର ଏ ନେଇ କନ୍ଧମାଳ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା କଥା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ସମସ୍ତ ଭୋଟ ପୁନଃ ଗଣତି ଦାବୀ କରିଛନ୍ତି । ନଚେତ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଦୀନବନ୍ଧୁ । ଶାସକ ଦଳ ପ୍ରଭାବରେ ବିଡ଼ିଓ ବିଡ଼ିଓ ଶ୍ରୀ ପାତ୍ର ପ୍ରଭାବିତ ହୋଇ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି ଦୀନବନ୍ଧୁ ପ୍ରଧାନ । ତେବେ ସବୁ କିଛି ନୀତି ନିୟମ ପ୍ରକାରେ ହୋଇଥିବା କ.ନୂଆଗାଁ ବିଡ଼ିଓ ଶରତ ପାତ୍ର କହିଛନ୍ତି ।