
-
୧୦ ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ, କଂଗ୍ରେସ ୨
ମାଲକାନଗିରି, ମାଲକାନଗିରି ଜିଲ୍ଲାର ମୋଟ୍ ୧୫ଟି ଜିଲ୍ଲା ପରିଷଦ ଜୋନ୍ ରୁ ୧୨ଟି ଆସନର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି । ତନ୍ମଧ୍ୟରେ ୧୦ଟି ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ଭୋଟ୍ ଗଣତି ଚାଲିଥିବା ମାଲକାଗିରି ଜୋନ୍ ୩ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଥିବା ବେଳେ କାଲିମେଳା ଓ ମାଥିଲି ଜୋନ୍ ୩ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ତ୍ରିସ୍ତରିୟ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ୧୦ଟି ଜିଲ୍ଲା ପରିଷଦ ଆସନରେ ବିଜୟ ଲାଭ କରି ବିଜେପି ପରିଷଦ ଗଠନ କରିଥିଲା । ହେଲେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ଫଳାଫଳରୁ ବିଜେଡ଼ି ପରିଷଦ ଗଠନ କରିବା ସ୍ପଷ୍ଟ ହୋଇଛି ।
ଅନ୍ୟପକ୍ଷରେ ଚଳିତ ଥର ତ୍ରିସ୍ତରିୟ ପଚାଂୟତ ନିର୍ବାଚନରେ ଜିଲ୍ଲାରେ ଖାତା ଖୋଲିପାରିନି ବିଜେପି । ଫଳରେ ବିଜେପିର ପରିଷଦ ଗଠନର ଆଶା ମଉଳି ଯାଇଛି ।