ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ଦିନ ଜିଲ୍ଲା ପରିଷଦ ଭୋଟ୍ ଗଣତିରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ମାନେ ବିପୁଳ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି । କେବଳ ବେଲଗୁଣ୍ଠା ବ୍ଲକର ୪୮ ନଂ ଜୋନ୍ ରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।
ଆସିକା ୨ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ୧୪,୯୫୭ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୪୧୮ ଭୋଟ୍ ପାଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୧୫୧୪ ଭୋଟ୍ । ସେହିପରି ବେଗୁନିଆପଡ଼ା ବ୍ଲକ ୪୫ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୫,୦୯୨ ଭୋଟ୍, ବିଜେପି ପ୍ରାର୍ଥୀ ୬୩୪୬ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୬୪୬ ଭୋଟ୍ । ବେଲଗୁଣ୍ଠା ବ୍ଲକ ୪୮ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୦,୦୫୩ ଭୋଟ୍, ବିଜେପି ୧୦,୫୫୩, କଂଗ୍ରେସ ୪୭୫ । ଭଞ୍ଜନଗର ବ୍ଲକ ୫୧ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୩,୦୬୮ ଭୋଟ୍, ବିଜେପି ୧୦,୬୬୩, କଂଗ୍ରେସ ୩୧୮ । ବୁଗୁଡ଼ା ବ୍ଲକ୍ ୪୨ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୧,୫୫୫ ଭୋଟ୍, ବିଜେପି ୬୮୩୫, କଂଗ୍ରେସ ୭୮୩ । ଛତ୍ରପୁର ୨୦ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୧,୯୭୨ ଭୋଟ୍, ବିଜେପି ୮୨୪୧, କଂଗ୍ରେସ ୨୧୧୪ । ଚିକିଟି ବ୍ଲକ ୧୭ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୮,୫୬୦ ଭୋଟ୍, ବିଜେପି ୩୨୭୬, କଂଗ୍ରେସ ୫୧୨ । ଧରାକୋଟ ବ୍ଲକ୍ ୩୦ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୧,୦୯୪ ଭୋଟ୍, ବିଜେପି ୮୩୯ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୭୩୨୬ ଭୋଟ୍ । ଦିଗପହଣ୍ଡି ବ୍ଲକ ୨୬ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୦,୧୬୮ ଭୋଟ୍, ବିଜେପି ୬୫୩୯, କଂଗ୍ରେସ ୬୯୫ । ଗଞ୍ଜାମ ବ୍ଲକ ଜୋନ୍ ନଂ ୧୫ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୬,୧୨୫ ଭୋଟ୍, ବିଜେପି ୪୫୫୭, କଂଗ୍ରେସ ୧୨୨୪ । ହିଞ୍ଜିଳିକାଟୁ ଜୋନ୍ ନଂ ୬୮ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୪,୧୩୧ ଭୋଟ୍, ବିଜେପି ୭୪୯୩, କଂଗ୍ରେସ ୧୬୯୧ ।
ସେହିପରି ଜଗନ୍ନାଥ ପ୍ରସାଦ ବ୍ଲକ ଜୋନ୍ ନଂ ୨୩ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୪,୨୪୪ ଭୋଟ୍, ବିଜେପି ପ୍ରାର୍ଥୀଙ୍କୁ ମିଳିଛି ୬୪୦୬ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ୮୯୮ ଭୋଟ୍ ପାଇଛନ୍ତି । କବିସୂର୍ଯ୍ୟନଗର ବ୍ଲକ ୬ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୯,୭୨୩ ଭୋଟ୍, ବିଜେପି ୭୩୧୩, କଂଗ୍ରେସ ୩୧୮୬ । ଖଲ୍ଲିକୋଟ ବ୍ଲକ ୧୨ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୨୧,୪୩୬ ଭୋଟ୍, ବିଜେପି ୬୮୨୫, କଂଗ୍ରେସ ୪୨୨ । କୁକୁଡ଼ାଖଣ୍ଡି ବ୍ଲକ ୯ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୨,୫୭୯ ଭୋଟ୍, ବିଜେପି ୯୧୪୯ ଭୋଟ୍, କଂଗ୍ରେସ ୨୫୮୪ । ପାତ୍ରପୁର ବ୍ଲକ ୩୩ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୨,୫୩୨ ଭୋଟ୍, ବିଜେପି ୬୭୯୦, କଂଗ୍ରେସ ୩୩୧ । ପୋଲସରା ବ୍ଲକ ୩୯ ନଂ ଜୋନ୍ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୫,୦୬୮ ଭୋଟ୍, ବିଜେପି ୬୭୦୦, କଂଗ୍ରେସ ୮୭୩ । ପୁରୁଷୋତମପୁର ବ୍ଲକ ୩୬ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୭,୮୫୮ ଭୋଟ୍, ବିଜେପି ୭୯୦୫, କଂଗ୍ରେସ ୯୮୯ । ରଙ୍ଗେଇଲୁଣ୍ଡା ବ୍ଲକ ୫୪ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୬,୩୭୪ ଭୋଟ୍, ବିଜେପି ୧୦,୭୧୩, କଂଗ୍ରେସ ୬୧୬ । ସାନଖେମୁଣ୍ଡି ବ୍ଲକ ୬୦ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୦, ୯୧୫ ଭୋଟ୍, ବିଜେପି ୩୧୧୧, କଂଗ୍ରେସ ୮୧୨୨ । ଶେରଗଡ଼ ବ୍ଲକ ୫୭ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀଙ୍କୁ ମିଳିଛି ୧୬, ୨୦୭ ଭୋଟ୍, ବିଜେପି ୩୩୬୭, କଂଗ୍ରେସ ୧୧୮୮ । ଅନୁରୂପ ଭାବେ ସୋରଡ଼ା ୬୪ ନଂ ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ପାଇଛନ୍ତି ୧୨,୮୪୧ ଭୋଟ୍, ବିଜେପି ୪୦୨୭ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୪୧୨୫ ଭୋଟ୍ ।