କନ୍ଧମାଳ, କ୍ରୀଡ଼ା କ୍ଷେତ୍ରରେ ଜିଲାରେ ସୁନାମ ଆଣିବା ଓ ନୂତନ ଖେଳାଳି ସୃଷ୍ଟି କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ାବିତ ତଥା ସମାଜସେବୀ ମହମ୍ମଦ ଜିଆଉଦ୍ଦିନଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେ ଭୁବେନଶ୍ୱର ସିଟି କ୍ଲବ ପକ୍ଷରୁ ପୁରସ୍କୃତ କରାଯାଇଛି ।
କନ୍ଧମାଳ ଜିଲାର ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ ଏବଂ ସିଟି କ୍ଲବ, ଭୁବନେଶ୍ଵରର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ସମାଜସେବୀ ତଥା ପୂର୍ବତନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହକି ଏବଂ ଓଡ଼ିଶା ସ୍କୁଲ, ୟୁନିୟନର ଓଡ଼ିଶା ଖେଳାଳୀ ତଥା କନ୍ଧମାଳ ଜିଲ୍ଲାରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ରୀଡ଼ା ଜଗତରେ ଏକ ସ୍ୱାଭିମାନୀ କ୍ରୀଡାବିତ୍ ସୃଷ୍ଟି କରିବା ଏବଂ ଜିଲ୍ଲାରେ କ୍ରୀଡ଼ାର ବାତାବରଣ ସୃଷ୍ଟି କରିବାର ଲକ୍ଷ୍ୟ ରଖି ” ଭିଜନ କନ୍ଧମାଳ ୨୦୩୬ : ସ୍ପୋଟି ୟୁଥ୍ – ସ୍ପୋଟି କମ୍ୟୁନିଟି : ସ୍ପୋଟି ନେଶନ୍” ଭଳି ଏକ ରୁପରେଖ ପ୍ରସ୍ତୁତ କରି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ୨୦୦୫ ରେ ସ୍ଥାପନା କରି ଦକ୍ଷ ପ୍ରଶିକ୍ଷକ ଓ ପ୍ରଶିକ୍ଷକିକା ମାନଙ୍କୁ ନିଯୁକ୍ତି ଦେଇ କୋମଳମତି ବାଳକ ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବାର ସୁଯୋଗ ପ୍ରଦାନ କରି ଚୟନକର୍ତା ମାନଙ୍କ ଦୃଷ୍ଟି ଆକର୍ଷଣ କରାଇ କ୍ରୀଡ଼ା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପେଷାଦାର କ୍ରୀଡାବିତ୍ ର ପରିଚୟ ସୃଷ୍ଟି କରିବା, ଅଧିକରୁ ଅଧିକ ଅପହଞ୍ଚ ଇଲାକାର ତୃଣମୂଳ ସ୍ତରରେ ଥିବା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ପଞ୍ଚାୟତ ସ୍ତରରେ ଆନ୍ତର୍ଜାତିକ ସୁନାମ ଧନ୍ୟ କ୍ରୀଡାବିତ୍ ମାନଙ୍କ ନାମରେ ସ୍ପୋର୍ଟସ ସ୍କୁଲ ମାନ ସ୍ଥାପନା କରି ସେମାନଙ୍କର ହାତପାଅ।ନ୍ତାରେ ସୁଯୋଗ ଦେବାର ଏକ ଅଭିନବ କାର୍ଯ୍ୟକ୍ରମର ପ୍ରଚେଷ୍ଟା ଏବଂ ଜିଲ୍ଲାରେ ରଗବୀ, ଫୁଟବଲ, କବାଡ଼ି, ସାଇକେଲିଂ, ଏଥଲେଟିକ, ଫୁଟ ଭଲି, ଫୁଟବଲ, ଟେନିସ୍, ଭଲିବଲ ଖେଳ ଗୁଡ଼ିକୁ ପ୍ରୋତ୍ସାହନ କୈାଣସି ସରକାରୀ ସାହାଯ୍ୟ ସହଯୋଗରେ ନିଜସ୍ବ ପ୍ରୟାସରେ ଜାରି ରହିଛି । ଏଥିପାଇଁ କୈାଣସି ସରକାରୀ କିମ୍ବା ବେସରକାରୀ କିମ୍ବା ଜିଲ୍ଲା ପ୍ରଶାସନର ସହଯୋଗ ବର୍ତ୍ତମାନ ସୁଦ୍ଧା ମିଳିନଥିଲେ ବି ସେ ନିରବିଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି ।