ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ତ୍ରିସ୍ତରିୟ ପଚାଂୟତ ନିର୍ବାଚନରେ ବିଜେଡ଼ି ଦଳ ସମସ୍ତ ଜିଲ୍ଲା ପରିଷଦ ଆସନ ହାତେଇ ନେଇଛି । ବିଜେପି ଏବଂ କଂଗ୍ରେସ ପାଇଁ ଏହି ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ରୂପେ ନୈରାଶ୍ୟଜନକ ରହିଛି । ବିଜେଡ଼ି ଜିଲ୍ଲାର ସମସ୍ତ ୨୨ଟି ବ୍ଲକରେ ଜିଲ୍ଲା ପରିଷଦ ଆସନରେ ବିଜୟ ଲାଭ କରିଛି ।
ବିଜୟୀ ବିଜେଡ଼ି ପ୍ରାର୍ଥୀ ମାନେ ହେଲେ ଆସିକା ବ୍ଲକ୍ ୧ ନଂ ଜୋନ୍ ରୁ ତନ୍ମୟ ନାୟକ । ସେ ୧୧,୭୭୩ ଖଣ୍ଡ ଭୋଟ୍ ପାଇଛନ୍ତି । ବେଗୁନିଆପଡ଼ା ବ୍ଲକ ୪୪ ନଂ ଜୋନ୍ ରୁ ବିଜୟୀ ପ୍ରାଥିନୀ କଲ୍ୟାଣୀ ପାତ୍ର ୧୪,୬୨୦ ଭୋଟ୍ ପାଇଛନ୍ତି । ବେଲଗୁଣ୍ଠା ବ୍ଲକ ୪୭ ନଂ ଜୋନ୍ ରୁ ପୂର୍ଣ୍ଣବାସୀ ନାୟକ ୧୦, ୮୭୨, ଭଞ୍ଜନଗର ୫୦ ନଂ ଜୋନ୍ ରୁ ଶୈଳବାଳା ବିଷୋୟୀ ୧୧, ୩୬୫, ବୁଗୁଡ଼ା ୪୧ ନଂ ଜୋନ୍ ରୁ ସମିତା ସ୍ୱାଇଁ ୧୨, ୧୯୬ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେହିପରି ଛତ୍ରପୁର ୧୯ ନଂ ଜୋନ୍ ରୁ ରଶ୍ମିତା ନାହାକ ୧୩,୧୪୫, ଧରାକୋଟ ୨୯ ନଂ ଜୋନ୍ ରୁ ପ୍ରତାପ ସ୍ୱାଇଁ ୯୦୨୨ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଅନୁରୂପ ଭାବେ ଦିଗପହଣ୍ଡି ୨୫ ନଂ ଜୋନ୍ ରୁ ରାଧାକାନ୍ତ ମହାକୁଡ଼ ୯୩୩୩, ଗଞ୍ଜାମ ୧୪ ନଂ ଜୋନ୍ ରୁ ସଶ୍ମିତା ସ୍ୱାଇଁ ୧୪,୧୧୬, ହିଞ୍ଜିଳି ୬୭ ନଂ ଜୋନ୍ ରୁ ବି. ଗୀତାଞ୍ଜଳି ୧୧,୨୦୦, ଜଗନ୍ନାଥପ୍ରସାଦ ବ୍ଲକର ୨୨ ନଂ ଜୋନ୍ ରୁ ଶିବସେଠୀ ୧୩,୦୩୦, କବିସୂର୍ଯ୍ୟନଗର ବ୍ଲକ ୫ ନଂ ଜୋନ୍ ରୁ ବଳରାମ ପ୍ରଧାନ ୧୧,୨୯୫, ଖଲ୍ଲିକୋଟ ବ୍ଲକ ୧୧ ନଂ ଜୋନ୍ ରୁ ସୋନମ ପଲେଇ ୧୨,୧୮୯, କୁକୁଡ଼ାଖଣ୍ଡି ବ୍ଲକ ୮ ନଂ ଜୋନ୍ ରୁ ଶିବାନୀ ସେଠୀ ୧୨,୭୨୪, ପାଟପୁର ବ୍ଲକ ୩୨ ନଂ ଜୋନ୍ ରୁ ପିଙ୍କି ବଡମୁଣ୍ଡି ୧୧,୦୧୪, ପୋଲସରା ବ୍ଲକ ୩୮ ନଂ ଜୋନ୍ ରୁ ଅଶୋକ ବିଶୋଇ ୧୦, ୬୩୮, ପୁରୁଷୋତମପୁର ବ୍ଲକ ୩୫ ନଂ ଜୋନ୍ ରୁ ପିଙ୍କି ନାହାକ ୧୪,୬୦୧, ରଙ୍ଗେଇଲୁଣ୍ଡା ୫୩ ନଂ ଜୋନ୍ ରୁ ଏସ. ରାଜେଶ୍ୱରୀ ଦୋରା ୧୪,୨୩୪, ସାନଖେମୁଣ୍ଡି ୫୯ ନଂ ଜୋନ୍ ରୁ ବିଜୟ ପ୍ରଧାନ ୧୩,୪୦୧, ଶେରଗଡ଼ ବ୍ଲକ ୫୬ ନଂ ଜୋନ୍ ରୁ ଚିତ୍ରସେନ ପାଣିଗ୍ରାହୀ ୧୭,୧୩୭ ଏବଂ ସୋରଡ଼ା ବ୍ଲକ ୬୩ ନଂ ଜୋନ୍ ରୁ ବିଜେଡ଼ି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ୨୭୫୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।