
ପୁରୀ, ଆଜି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଠାରେ ଆନୁଷ୍ଠାନିକ ଭାବେ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ବୁଥରେ ପ୍ରାୟ ୧ ଲକ୍ଷ ୮୫ ହଜାର ୯୦୧ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ରବିବାର ଦିନ ବୁଥରେ ଓ ସୋମବାର ,ମଙ୍ଗଳବାର ଘରକୁ ଘର ବୁଲି ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଏହି ପୋଲିଓ ବୁନ୍ଦା ସ୍ୱାସ୍ଥ୍ୟକର୍ମୀ ,ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସ୍ୱେଚ୍ଛାସେବୀମାନେ ପ୍ରଦାନ କରିବ । ଜିଲ୍ଲାରେ ୩ଲକ୍ଷ ୮୬ହଜାର ୮୦୫ ଘରକୁ ଯାଇ ପୋଲିଓ ବୁନ୍ଦା ପ୍ରଦାନ କରାଯିବା । ପୋଲିଓ ଦିଆଯାଇଥିବା ସଂପର୍କରେ ଘରର ଦୁଆର ବନ୍ଧରେ ଲେଖାଯିବା ସହ ପୋଲିଓବୁନ୍ଦା ଖାଇଥିବା ଶିଶୁଙ୍କ ଆଙ୍ଗୁଠିରେ କାଳିଚିହ୍ନ ଦିଆଯିବ । ବାହାରୁ ଆସୁଥିôବା ଶିଶୁମାନଙ୍କ ପାଇଁ ଶ୍ରୀମନ୍ଦିର ନିକଟ, ବସଷ୍ଟାଣ୍ଡ, ଷ୍ଟେସନ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ୬୫ ଟି ସ୍ଥାନରେ ଏହି ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି । ଜିଲ୍ଲାରେ ୭୬୬ଟି ବୁଥରେ ଶିଶୁମାନଙ୍କୁ ପୋଲିଓବୁନ୍ଦା ଦିଆଯାଉଛି । ୨୪ଟି ମୋବାଇଲ ଟିମ୍ ଗାଡ଼ିରେ ବୁଲି ଶିଶୁମାନଙ୍କୁ ବୁନ୍ଦା ପ୍ରଦାନ କରୁଛନ୍ତି । ୩୦୬୪ ଜଣ ବୁନ୍ଦା ପ୍ରଦାନକାରୀ କାର୍ଯ୍ୟ କରୁଛନ୍ତି । ୧୬୨ଜଣ ସୁପରଭାଇଜର ଉକ୍ତ କାର୍ଯ୍ୟରେ ତନଖି କରୁଛନ୍ତି । ଆଜି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବୁଥରେ ବୁନ୍ଦା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ୪୩ଟି ସ୍ଥାନରେ ପୋଲିଓ ବୁନ୍ଦା ରଖିବା ପାଇଁ ଶୀତଳିକରଣ କେନ୍ଦ୍ର ରହିଛି । ଏହି କର୍ଯ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ରୋଟାରୀ କ୍ଳବ, ଲାଏନ୍ସ କ୍ଲବ ପ୍ରମୁଖ ସାମିଲ ହୋଇଛନ୍ତି । ଯେଉଁ ଶିଶୁ ଏହି ବୁନ୍ଦା ଖାଇନଥିବ ସେମାନଙ୍କ ଅଭିଭାବକମାନେ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଲ୍ୟାଣ୍ଡଫୋନ ନମ୍ବର- ୦୬୭୫୨-୨୨୨୧୨୪ କୁ କଲ କରି ବୁନ୍ଦା ନେଇ ପାରିବେ ।