ପୁରୀ, ଶ୍ରୀଲୋକନାଥଙ୍କ ପୀଠରେ ଆଜି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଗହଳି । ଆଜି ପଙ୍କୋଦ୍ଧାର ଏକାଦଶୀ ଉପଲକ୍ଷେ ଶକ୍ତି ପୀଠରୁ ପଙ୍କୋ କଢାଯାଇଛି । ସମ୍ପୂର୍ଣ୍ଣ ପଙ୍କୋଦ୍ଧାର ପରେ ମହାପ୍ରଭୁ ଶ୍ରୀ ଲୋକନାଥଙ୍କ ମହାଲିଙ୍ଗକୁ ଭକ୍ତମାନେ ଦର୍ଶନ କରିଥିଲେ । ବର୍ଷକରେ ଏହି ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ମହାଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥାନ୍ତି । ରବିବାର ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗମ୍ଭୀରାରୁ ପଙ୍କୋ କଢା ଯାଇଥିଲା । ଗମ୍ଭୀରାରୁ ବର୍ଷକର ଫୁଲ, ବେଲପତ୍ର ଓ ନୈବେଦ୍ୟ ସହ ପାଣିପଣାକୁ କଢା ଯାଇଥିଲା । ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଧାଡ଼ିରେ ଯାଇ ମହାଲିଙ୍ଗ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଜାଗର ପଦାରେ ବ୍ୟାରିକେଡ଼ କରାଯାଇଛି । ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଠାକୁରଙ୍କ ଦର୍ଶନ ଓ ଦେବନୀତି ସେବାୟତମାନଙ୍କ ଦ୍ୱାରା ସମ୍ପାଦନ ହୋଇଛି ।
Related Stories
November 23, 2024