ହରିଚନ୍ଦନପୁର, ତ୍ରୀସ୍ତରୀୟ ନିର୍ବାଚନର ପ୍ରଥମ ଗଣତିରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ୩୧ ନମ୍ବର ଜୋନର ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି । ବ୍ଲକ ପ୍ରଶାସନର ସୂଚନା ଅନୁଯାୟୀ, ଏହି ଜୋନରେ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୩ ଜଣଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥିନୀ ସାଗରିକା ସାହୁ ୩୦୦୦ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ସେହିଭଳି ଜଙ୍ଘିରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ନମିତା ନାଏକ ୨୦୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟା ନିରୂପମା ସେଠୀ ୩୨୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବକ୍ସିବାରିଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହରେକୃଷ୍ଣ ଦେହୁରୀ ୨୦୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟା ସବିତା ବାରିକ ୧୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଜୁଙ୍ଗା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ହେମଲତା ମାଝୀ ୧୦୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟା ଦେବସ୍ମିତା ବାରିକ ୪୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ହୁଣ୍ଡା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ନାଏକ ୧୫୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଜିତେନ୍ଦ୍ର ନାଏକ ୧୧୯୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ତେନ୍ତୁଳିପଶି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ସାବିତ୍ରୀ ମୁଣ୍ଡା ୭୮୧ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ୧୦୫ ଖଣ୍ଡ ଭୋଟରେ ବିଜୟୀ ହୋଇଛି । ବୁଢ଼ାଖମଣ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବିଦ୍ୟାଧର ଜୁଆଙ୍ଗ ୨୨୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟା ରମଣୀ ବାରିକ ୧୮୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ପିଠାଗୋଳା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଦିଗାମ୍ବର ନାଏକ ୪୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ହୃଦାନନ୍ଦ ଜୁଆଙ୍ଗ ୩୯୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Related Stories
November 22, 2024