
-
ବିଜେଡି ୫୩୨ ଆସନରେ ଆଗୁଆ , ବହୁ ପଛରେ ବିରୋଧୀ
ଭୁବନେଶ୍ୱର, ପଂଚାୟତ ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ଦିନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତିରେ ଏଯାବତ୍ ବାଜି ମାରି ନେଇଛି ବିଜେଡି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୮୫୧ ସିଟ୍ ରୁ ୬୦୮ ସିଟ୍ ର ଗଣତି ଚାଲିଛି । ଏଥିରେ ବିଜେଡି ୫୩୨ ସିଟ୍ ରେ ଆଗୁଆ କିମ୍ବା ବିଜୟୀ ହୋଇଥିବା ବେଳେ ବିଜେପି ୩୭ ସିଟ୍ ରେ ବିଜୟୀ କିମ୍ବା ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୩୦ ସିଟ୍ ବିଜୟୀ ବା ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ୯ଟି ସିଟ୍ ରେ ଆଗୁଆ ଚାଲିଛନ୍ତି ।
ଗତକାଲି ହୋଇଥିବା ପ୍ରଥମ ପର୍ଯ୍ୟାୟ ଗଣତି ପରେ ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।