
-
୬ ଆସନରେ ବିଜେଡ଼ି ପ୍ରାର୍ଥୀଙ୍କ ବିଜୟ, କଂଗ୍ରେସ ୧
ମାଲକାନଗିରି, ମାଲକାନଗିରି ଜିଲ୍ଲାର ମୋଟ୍ ୧୫ଟି ଜିଲ୍ଲା ପରିଷଦ ଜୋନ୍ ରୁ ୭ଟି ଆସନର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି । ତନ୍ମଧ୍ୟରେ ୬ଟି ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ଭୋଟ୍ ଗଣତି ଚାଲିଥିବା ୫ଟି ଆସନ ମଧ୍ୟରୁ ବର୍ତମାନ ସୁଦ୍ଧା ୫ଟି ଯାକ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ ଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ତ୍ରିସ୍ତରିୟ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ୧୦ଟି ଜିଲ୍ଲା ପରିଷଦ ଆସନରେ ବିଜୟ ଲାଭ କରି ବିଜେପି ପରିଷଦ ଗଠନ କରିଥିଲା । ହେଲେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ଫଳାଫଳରୁ ଯାହା ଜଣାପଡୁଛି ବିଜେଡ଼ି ପରିଷଦ ଗଠନ କରିବ ।