ଭୁବନେଶ୍ୱର, ଋଷ- ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଛନ୍ତି । ୟୁକ୍ରେନ୍ ର ଉତର ପଟ ରୁଷିଆ ଦଖଲ କରିସାରିଥିବାରୁ ଦକ୍ଷିଣ ପଟ ଦେଇ ଭାରତ ଆସିଛନ୍ତି ଏହି ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ କିଛି ଓଡିଆ ଛାତ୍ରଛାତ୍ରୀ ଭୁବନେଶ୍ୱରରେ ପହଂଚିବା ପରେ ବେଶ୍ ଖୁସି ଅନୁଭବ କରିଛନ୍ତି । ସେମାନେ ନିଜେ ସୁରକ୍ଷିତ ଫେରିଥିଲେ ହେଁ ସେଠାରେ ଫସି ରହିଥିବା ସେମାନଙ୍କ ବନ୍ଧୁମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ସେଠାକାର ସ୍ଥିତି ଭୟାବହ ହେବାକୁ ଲାଗିଛି । ପ୍ରତି ମୁହୂର୍ତରେ ଆକାଶରୁ ବାରୁଦ ଖସୁଛି । ଅପରେସନ୍ ଗଙ୍ଗାରେ ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି ।
ଏବେ ବି ୟୁକ୍ରେନରେ ପାଖାପାଖି ୧୦ ହଜାର ଭାରତୀୟ ଫସି ରହିଛନ୍ତି ।