ଭୁବନେଶ୍ୱର – କୋହଳ ହୋଇଛି ସଂଶୋଧିତ ମୋଟର ଯାନ ଆଇନ୍ । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ପର୍ଯ୍ୟନ୍ତ ଜୋରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୩ ମାସ ନିୟମକୁ କଡାକଡି ପାଳନ ନକରିବାକୁ ଟ୍ରାଫିକ୍ ଓ ପୋଲିସ୍ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପ୍ରତି କଠୋର ନହୋଇ ସେମାନଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକମାନେ ଯେପରି ସୁବିଧାରେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପାଇପାରିବେ ସେଥିପାଇଁ ଅଧିକ କାଉଂଟର ଖୋଲିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଟ୍ରାଫିକ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
Related Stories
November 21, 2024
November 21, 2024