କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଆଜି ସକାଳ ୮ଟା ଠାରୁ ୧୨ ଟି ବ୍ଲକରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ଜିଲାର ୧୮ ଟି ଜିଲା ପରିଷଦ ଆସନ ପାଇଁ ପାଇଁ ୬୮ ଜଣ ପାର୍ଥି ଥିବାବେଳେ ୧୭୧ ପଂଚାୟତ ପାଇଁ ୭୯୧ ଜଣ ସରପଞ୍ଚ ପ୍ରାର୍ଥୀ ଓ ୫୯୯ ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୨୩୨୨ ଟି ୱାର୍ଡ ପାଇଁ ୨୬୪୧ ଜଣ ପାର୍ଥୀଙ୍କ ବିଜୟ ଓ ପରାଜୟର ଫଳାଫଳ ଆଉ କେଇ ଘଂଟା ପରେ ସ୍ପଷ୍ଟ ହୋଇଯିବ । ଫୁଲବାଣି, ଖଜୁରିପଡା, ଫିରିଙ୍ଗିଆ, ଚକାପାଦ, ଘୁ.ଉଦୟଗିରି, ରାଇକିଆ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ଟିକାବାଲି ଓ ଦାରିଙ୍ଗିବାଡିରେ ଭୋଟ ଗଣତି ଚାଲିଛି । ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଭୋଟ ଗ୍ରହଣ ।
ବର୍ତମାନ ସୁଦ୍ଧା ବାଲିଗୁଡା, ତୁମୁଡିବନ୍ଧ, ଖଜୁରୀପଡା, ଫୁଲବାଣୀ, ରାଇକିଆ, ଟିକାବାଲି, କ. ନୂଆଗାଁ, ଚକାପାଦ, ଫିରିଙ୍ଗିଆ ଓ ଜି. ଉଦୟଗିରି ଜୋନ୍ ରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ବେଳେ କୋଟଗଡ଼ ଓ ରାଇକିଆ ଜୋନରେ କଂଗ୍ରେସ ପ୍ରାର୍ଥୀ ଆଗରେ ଅଛନ୍ତି । ବିଜେପି ଏଯାଏ କୌଣସି ସ୍ଥାନରେ ଖାତା ଖୋଲି ପାରିନଥିବା ଖବର ମିଳିଛି ।