
ଭୁୁବନେଶ୍ୱର, ରୁଷ- ୟୁକ୍ରେନ ବିବାଦ କାରଣରୁ ସେଠାରେ ଫସି ରହିଥିବା ଓଡିଆ ଲୋକ ମାନଙ୍କର ପ୍ରତ୍ୟାବର୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଟେଲିଫୋନରେ କଥାବାର୍ତା ହୋଇଛନ୍ତି । ଏହି ଅବସରରେ ସେ ଏମାନଙ୍କୁ କିପରି ସୁରକ୍ଷିତ ଭାବେ ଅଣା ଯାଇ ପାରିବ ସେ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ଭାରତ ସରକାର ୟୁକ୍ରେନ ସରକାର ସହ ଯୋଗାଯୋଗରେ ଅଛନ୍ତି ଓ ଫସି ରହିଥିବା ଛାତ୍ର ଓ ଶ୍ରମିକ ମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି ।