-
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ
-
ଝାରସୁଗୁଡ଼ା ଓଏମଭିଡି ଏଏସଆଇଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
ଈୁବନେଶ୍ୱର, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଡ଼ିଶା ମୋଟର ଭେହିକିଲ ଡିପାର୍ଟମେଂଟର ଏଏସଆଇ ହରେକୃଷ୍ଣ ନାୟକଙ୍କ ଝାରସୁଗୁଡ଼ା ଘର ସମେତ କଟକ, ପୁରୀ ଓ ଗଂଜାମ ଜିଲ୍ଲାର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସକାଳୁ କଟକର ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଥିବା ଜଣାଯାଇଛି । ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଛି ।ବର୍ତମାନ ପର୍ଯ୍ୟନ୍ତ ତାଙ୍କର କଟକର ଘର ତଲାସ ସମୟରେ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି ।