
ଭୁବନେଶ୍ୱର, ପଂଚାୟତ ନିର୍ବାଚନ ପ୍ରକ୍ରିୟାର ସମସ୍ତ କାର୍ଯ୍ୟରୁ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଅନାମ ଚରଣ ପାତ୍ରଙ୍କୁ ବାଦ୍ ଦେବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଗଜପତି ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ଅନାମ ଚରଣ ପାତ୍ର ନୂଆଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମ୍ କୁ ଯାଇଥିବାବେଳେ ତାଙ୍କୁ ଲୋକେ ତାଲା ପକାଇ ଅଟକ ରଖିଥିଲେ । ପୂର୍ବରୁ ମଧ୍ୟ ଶ୍ରୀ ପାତ୍ର ବିଭିନ୍ନ ବିବାଦମୂଳକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ରହିଥିଲା ।