
ଧର୍ମଶାଳା,ଆସନ୍ତା କାଲିଠାରୁ ୩ ଦିନ ବ୍ୟାପୀ ଯାଜପୁର ଜିଲାରେ ଭୋଟ ଗଣତି କାର୍ଯ୍ୟ ଜାରି ରହିବ । ତେବେ ଧର୍ମଶାଳା ବ୍ଲକରେ ବ୍ୟାପକ ବ୍ୟସ୍ତା କରାଯାଇଥିବା ଜଣାପଡିଛି । ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ବ୍ୟାପକ ସୁରକ୍ଷା ମଧ୍ୟ ଭୋଟ ଗଣତି ଅନୁଷ୍ଠିତ ହେବ । ଏହି ବ୍ଲକର ୪୫ ଗୋଟି ପଂଚାୟତର ସରପଂଚ,ସମିତିସଭ୍ୟ,ୱାର୍ଡ ସଭ୍ୟ ଓ ୫ ଗୋଟି ଜୋନର ୯୬୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୬ ତାରିଖ ଅର୍ଥାତ ଆସନ୍ତ୍ା କାଲି ସକାଳ ୮ଟାରୁ ଏହି ବ୍ଲକର ୧୧ ନଂ ଜୋନର ୯ଟି ପଂଚାୟତର ଗୋଟିଏ ହଲରେ ୯ଟି ଟେବୁଲରେ ଭୋଟ ଗଣତି ହେବ । ୨୭ ତାରିଖରେ ୨ଟି ହଲରେ ୧୨ ନଂ ଓ ୧୩ ନଂ ଜୋନର ୧୯ ଗୋଟି ପଂଚାୟତର ୧୯ଟି ଟେବୁଲରେ ଗଣତି ହେବ । ସେହିପରି ୧୮ ତାରିଖରେ ୧୪ ନଂ ଓ ୧୫ ନଂ ଜୋନ ପାଇଁ ୨ଟି ହଲରେ ୧୭ଟି ଟେବୁଲରେ ୧୭ଗୋଟି ପଂଚାୟତ ପାଇଁ ଭୋଟ ଗଣତି ହେବ । ୨ଟି ଡୋଜ ଟିକା ପ୍ରମାଣ ପତ୍ର ଓ ଏଜେଂଟ ଫର୍ମ ସହ ପ୍ରାର୍ଥୀ ବା ଏଜେଂଟ ସକାଳ ୭ରୁ ଗଣତି ହଲରେ ପ୍ରବେଶ କରିବେ । ଭୋଟ ଗଣତି ପାଇଁ ୨୬ ତାରିଖରେ ୪୫ ଜଣ ଓ ୨୭ ଓ ୨୮ ତାରିଖରେ ୯୦ ଜଣ ଲେଖାଁଏ ସରକାରୀ କର୍ମଚାରୀ ନିୟୋଜିତ ହେବେ । ଜିଲା ପରିଷଦ ପ୍ରାର୍ଥୀ ନିଜ ଜୋନରେ ଥିବା ପଂଚାୟତ ସଂଖ୍ୟାଅନୁସାରେ ଜଣେ ଲେଖାଁଏ ଏଜେଂଟ ଦେବେ । ସେହି ପରି ସରପଂଚ,ସମିତିସଭ୍ୟ ଓ ୱାର୍ଡ ସଭ୍ୟ ଜଣେ ଲେଖାଁଏ ଏଜେଂଟ ବା ନିଜେ ରହି ପାରିବେ । ପ୍ରଥମେ ୱାର୍ଡ ମେମ୍ବର,୨ୟରେ ସରପଂଚ ,୩ୟରେ ସମିତିସଭ୍ୟ ଓ ୪ର୍ଥରେ ଜିଲାପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା କରାଯିବ । ଆଇନ ଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ଜିଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।