-
ଯୋଗୀ ଆଦିତ୍ୟନାଥଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ଲକ୍ଷ୍ନୌ । ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଉତର ପ୍ରଦେଶରେ ଗୋମାତାଙ୍କୁ କାଟିବାକୁ ଦିଆଯିବ ନାହିଁ । ବହୁଭାଷୀ ସମାଚାର ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ ବିସ୍ତୃତ ଆଲୋଚନାର ସମ୍ପାଦିତ ଅଂଶ ଏଠାରେ ପ୍ରସ୍ତୁତ କରାଯାଉଛି ।
ପ୍ରଶ୍ନ– ନିର୍ବାଚନ ପାଇଁ ଆପଣଙ୍କର ଅତ୍ୟନ୍ତ ବ୍ୟସ୍ତତା ରହିଛି । ଆପଣ ପାଖାପାଖି ୧୮ରୁ ୨୦ ଘଂଟା ପରିଶ୍ରମ କରୁଛନ୍ତି । ଏଥି ପାଇଁ ଅତ୍ୟଧିକ ଉର୍ଜାର ଆବଶ୍ୟକତା ରହିଛି । ଏହା କିପରି ସମ୍ଭବ ହୋଇ ପାରୁଛି ?
ଉତର – ଦେଖନ୍ତୁ ସକାରାତ୍ମକ ଭାବନାରୁ ହିଁ ଉର୍ଜା ମିଳିଥାଏ । ଏହା ହିଁ ପ୍ରଥମ କାରଣ ବୋଲି ମୁଁ ମନେ କରେ । ଦ୍ୱିତୀୟ କଥା ହେଲା ଯେ ଆଧ୍ୟାତ୍ମିକତା ହିଁ ଆମର ପୁଂଜି । ଏପରି ବ୍ୟକ୍ତି ଯିଏ ପ୍ରତି ଦିନ ଯୋଗ ସହ ଜ଼ଡିତ ବିଭିନ୍ନ କ୍ରିୟା କରିଥାଏ, ଏହାର ନିରନ୍ତର ଅଭ୍ୟାସ କରିଥାଏ ତାର ଭିତରେ ଉର୍ଜାର ସଂଚାର ହୋଇ ଚାଲିଥାଏ ଓ ଶକ୍ତି ମିଳିଥାଏ । ମୋର ଦିନଚର୍ଯ୍ୟାରେ ସକାରାତ୍ମକ ଭାବନା ଓ ଆଧ୍ୟାତ୍ମ ରହିଥିବା କାରଣରୁ ଏଥିରୁ ୨୪ ଘଂଟା କାମ କରିବାକୁ ପ୍ରେରଣା ମିଳିଥାଏ ।
ପ୍ରଶ୍ନ- ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରି ଗଲାଣି । ଏହା ପରେ ଆପଣଙ୍କର ଆକଳନ କଣ ରହିଛି ?
ଉତର – ଗଣତନ୍ତ୍ରରେ ଜନତା ହିଁ ଜନାର୍ଦନ । ଆମେ ଗତ ପାଂଚ ବର୍ଷରେ କରିଥିବା କାମର ଜନସାଧାରଣ ମୂଲ୍ୟାଙ୍କନ କରିବେ ଓ ପୁଣି ଥରେ ବିଜେପି ଉପରେ ବିଶ୍ୱାସ ବ୍ୟକ୍ତ କରିବେ ବୋଲି ମୋର ଦୃଢ ବିଶ୍ୱାସ ରହିଛି । ଲୋକ ମାନେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସର କଳା କାରନାମାକୁ ଭଲ ଭାବେ ଜାଣନ୍ତି । ତେଣୁ ନିର୍ବାଚନରେ ସେମାନେ ଏହି ପାର୍ଟି ଗୁଡିକୁ ଉଚିତ ଶିକ୍ଷା ଦେବେ । ମୁଁ ଏହି କଥାକୁ ନେଇ ସମ୍ପୂର୍ଣ ଆଶ୍ୱସ୍ତ ଯେ ଆମେ ପ୍ରଚଣ୍ଡ ବହୁମତ ସହିତ ପୁଣି ଥରେ ସରକାର ଗଠନ କରିବୁ । ଏଥିରେ କୌଣସି ପ୍ରକାର ସନ୍ଦେହ ରହିବା ଉଚିତ ନୁହେଁ ।
ପ୍ରଶ୍ନ– ଏଥର ବିଜେପିକୁ କେତେ ଆସନ ମିଳିବ ବୋଲି ଆପଣ ଅନୁମାନ କରୁଛନ୍ତି ?
ଉତର – ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି ଯେଉଁଥିରେ ପରିବାରବାଦୀ, ଦଙ୍ଗାବାଦୀ ଓ ମାଫିଆବାଦୀ ମାନେ ଅମାନତ ହରାଇବେ । ମୋଟ ୮୦ ପ୍ରତିଶତ ଆସନରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହେବେ । ବିଜେପି ନେତୃତ୍ୱାଧୀନ ମେଂଟକୁ ୩ ଶହରୁ ଅଧିକ ଆସନ ମିଳିବାକୁ ଯାଉଛି ।
ପ୍ରଶ୍ନ – ନିର୍ବାଚନ ପ୍ରଚାରରେ ବିଜେପି ଜାତିବାଦ ଓ ପରିବାରବାଦ ଉପରେ ଲଗାତାର ଆକ୍ରମଣ କରୁଛି । ଆପଣଙ୍କ ସରକାର ଉପରେ ମଧ୍ୟ ଜାତିବାଦର ଅଭିଯୋଗ ଆସିଥିଲା । ଏହା ଉପରେ ଆପଣ କଣ କହିବେ ?
ଉତର – ମହାକବି ତୁଳସୀଦାସ ଏକ ସୁନ୍ଦର ପଂକ୍ତି ଲେଖିଛନ୍ତି । ଜାକି ରହି ଭାବନା ଜୈସୀ, ପ୍ରଭୁ ମୂରତ ଦେଖି ତିନ ତୈସୀ । ଆମେ ରାଷ୍ଟ୍ରବାଦର କଥା କହୁ । ଅନ୍ୟପକ୍ଷରେ ବିରୋଧୀ ମାନେ ଜାତିବାଦର କଥା କହିଥାନ୍ତି । ଆମେ ବିକାଶର କଥା କହୁ, ସେମାନେ ବର୍ଗବାଦର କଥା କହିଥାନ୍ତି । ଆମେ ଗରୀବ କଲ୍ୟାଣର କଥା କହୁ, ସେମାନେ ଆତଙ୍କବାଦର ସମର୍ଥନ କଥା କହିଥାନ୍ତି । ଏଥିରୁ ଫରକ ସ୍ପଷ୍ଟ ହୋଇଯାଇଥାଏ । ସେମାନଙ୍କ ନିକଟରେ ବିକାଶର କୌଣସି ଏଜେଣ୍ଡା ନାହିଁ । ସେମାନେ ପରିବାରବାଦୀ ଓ ତାଙ୍କର ବିଚାର ଦଙ୍ଗାବାଦୀ । ତାଙ୍କର କାର୍ଯ୍ୟପଦ୍ଧତି ଆତଙ୍କବାଦୀ ଗତିବିଧିକୁ ପ୍ରଶ୍ରୟ ଦେବାର ରହିଛି । ପ୍ରଦେଶର ଜନସାଧାରଣ ଏହାକୁ ଭଲ ଭାବେ ଦେଖିଛନ୍ତି । ସେମାନେ ତାଙ୍କୁ ବିଶ୍ୱାସ କରିବେ ନାହିଁ ।
ପ୍ରଶ୍ନ – ନିର୍ବାଚନ ପ୍ରଚାର ବେଳେ ବିଜେପି ସବୁଠାରୁ ଅଧିକ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ପୂର୍ବବର୍ତୀ ସରକାରଙ୍କୁ ହିଁ ଟାର୍ଗେଟ କରୁଛି । ବିଏସପି ଉପରେ ଆକ୍ରମଣ କମ କରୁଛି । ଏହାର କାରଣ କଣ ?
ଉତର – ମୁଁ ସ୍ପଷ୍ଟ ଭାବେ କହି ଦେବାକୁ ଚାହୁଁଛି ଯେ ଏସପି ହେଉ ବା ବିଏସପି ଉଭୟ ସମାନ ରୂପେ ଦୋଷୀ । ଏହା ପୂର୍ବରୁ ସମାଜବାଦୀ ପାର୍ଟି ଓ ଅଖିଲେଶ ଯାଦବଙ୍କ ସରକାର ରାଜ୍ୟରେ ଥିଲା । ସେତେବେଳେ ରାଜ୍ୟରେ କୁଶାସନ, ମାଫିଆ ରାଜ ଥିଲା । ଆତଙ୍କବାଦୀ ମାନଙ୍କୁ ଖୋଲାଖୋଲି ସମର୍ଥନ ଦିଆ ଯାଉଥିଲା । ଏସପି ସରକାରରେ ମାଫିଆ ଓ ଆତଙ୍କବାଦୀ ମାନଙ୍କର ମହିମାମଣ୍ଡନ ହେଉଥିଲା । ଗରୀବ ମାନଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୁଟି ନିଆଯାଉଥିଲା । ନିର୍ବାଚନ ସମୟରେ ଏହି ସବୁ ପ୍ରସଙ୍ଗକୁ ଫୋକସ କରି ଉଠା ଯାଉଛି । ଏହା ବ୍ୟତୀତ ଆଉ କିଛି ବିଶେଷ ନାହିଁ ।
ପ୍ରଶ୍ନ – ବିରୋଧୀ ଦଳ ମାନେ ଅଭିଯୋଗ କରୁଛନ୍ତି ଯେ ବିଜେପିକୁ ହିନ୍ଦୁ ମାନଙ୍କ ତୁଳନାରେ ମୁସଲମାନ ମତଦାତା କମ ପସନ୍ଦ କରୁଛନ୍ତି । ଏହାର କାରଣ କଣ ?
ଉତର – ଆମ ପାଇଁ ସମସ୍ତ ମତଦାତା ଏକଜୁଟ ଅଛନ୍ତି ।
ପ୍ରଶ୍ନ – ଏହି ନିର୍ବାଚନରେ ବୁଲଡୋଜରର ଖୁବ ଚର୍ଚା ହେଉଛି । ମାଫିଆ ମୁକ୍ତ ଉତର ପ୍ରଦେଶ ଅଭିଯାନକୁ ମଧ୍ୟ ପ୍ରଶଂସା କରାଯାଉଛି । ଏପରି ଚର୍ଚା ହେଉଛି ଯେ ମାର୍ଚ ୧୦ ପରେ ଆପଣ ଡାଏଲ ବୁଲଡୋଜର ସେବାର ଶୁଭାରମ୍ଭ କରିବେ । ଏଥିରେ କେତେ ସତ୍ୟତା ରହିଛି ?
ଉତର – ଉତର ପ୍ରଦେଶରେ ବୁଲଡୋଜର ହେଉଛି ବିକାଶ ଓ ସୁଶାସନର ଆଧାର । ଗୋଟିଏ ପଟେ ବୁଲଡୋଜର ଏକ୍ସପ୍ରେସ ୱେ ଓ ଅନ୍ୟ ଭିତିଭୂମି ବିକାଶର କାମ କରେ । ଅନ୍ୟ ପଟେ ମାଫିଆ ମାନଙ୍କର ବେଆଇନ ଉପାର୍ଜନ ଉପରେ ଏହି ବୁଲଡୋଜର ଚାଲିଥାଏ । ମାଫିଆ ମାନଙ୍କର ବେଆଇନ ଉପାର୍ଜନକୁ ଜବତ କରି ତାକୁ ଗରୀବ କଲ୍ୟାଣ ଯୋଜନାରେ ଗରୀବ ମାନଙ୍କ ନିକଟକୁ ପହଂଚାଇଥାଏ । ତେଣୁ ବିରୋଧୀ ମାନେ ବୁଲଡୋଜରକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି । ଆମ ପାଇଁ ଖୁସିର କଥା ଯେ ବିରୋଧୀ ମାନେ ଏହାକୁ ଏକ ବଡ ପ୍ରସଙ୍ଗ କରିଛନ୍ତି । ବୁଲଡୋଜର ବିକାଶ ମଧ୍ୟ କରିବ ଓ ମାଫିଆଙ୍କ ବେଆଇନ ଉପାର୍ଜନକୁ ଜବତ ମଧ୍ୟ କରିବ ।
ପ୍ରଶ୍ନ – ଆପଣ ପୁରୋହିତ କଲ୍ୟାଣ ବୋର୍ଡ ଗଠନ କରିବା କଥା କହିଛନ୍ତି । ଏହା ଆପଣଙ୍କର ଇଚ୍ଛା ନା ଲୋକ ମାନଙ୍କର ଏ ସମ୍ପର୍କରେ ଦାବି ରହିଛି କଣ ?
ଉତର –ଉତର ପ୍ରଦେଶର ପ୍ରତ୍ୟେକ ଗାଁରେ ଅତି କମରେ ଗୋଟିଏ ମନ୍ଦିର ରହିଛି । ସେହିପରି କର୍ମକାଣ୍ଡ ସହ ଜଡିତ ଏକ ବଡ ବର୍ଗ ମଧ୍ୟ ରହିଛି, ଯିଏ ଲୋକ ମାନଙ୍କ ଆସ୍ଥାକୁ ସମ୍ବଳ ପ୍ରଦାନ କରିଥାଏ । ଏହା ପଛର ଭାବ ଏଇଆ ରହିଛି ଯେ ଭାରତର ସନାତନ ଧର୍ମର ଆତ୍ମା କର୍ମକାଣ୍ଡ, ସହିତ ମନ୍ଦିର ଓ ତୀର୍ଥ ସ୍ଥଳରେ ବାସ କରିଥାଏ । ସେମାନଙ୍କର କଲ୍ୟାଣ ପାଇଁ ଆଜି ଯାଏ କୌଣସି ପ୍ରକାର ଯୋଜନା ତିଆରି କରାଯାଇ ପାରି ନ ଥିଲା । ତେଣୁ ସରକାର ସ୍ଥିର କଲେ ଯେ ପୁରୋହିତ କଲ୍ୟାଣ ବୋର୍ଡ ତିଆରି କରାଯିବ । ଏହା ଦ୍ୱାରା ସମଗ୍ର ବିକାଶ ଓ ସମାବେଶୀ ବିକାଶକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରାଯିବ । ଏହା ସହିତ ସଂସ୍କୃତ ଅଧ୍ୟୟନ, ଅଧ୍ୟାପନକୁ ମଧ୍ୟ ପ୍ରୋତ୍ସାହିତ କରାଯିବ ।
ପ୍ରଶ୍ନ – ଗତ କିଛି ଦିନ ଧରି ହିଜାବ ପ୍ରସଙ୍ଗରେ ବିତର୍କ ଚାଲିଛି । ଏହି ପ୍ରସଙ୍ଗରେ ଆପଣଙ୍କର ମତ କଣ ?
ଉତର – ଆମର ସ୍ପଷ୍ଟ ମତ ଯେ ଦେଶର ବ୍ୟବସ୍ଥା ଶରିୟତ ଅନୁସାରେ ନୁହେଁ ଦେଶର ସମ୍ବିଧାନ ଅନୁସାରେ ଚାଲିବ । ଏକ ଅନ୍ୟ କଥା ହେଲା ଯେ ପ୍ରତ୍ୟେକ ସଂସ୍ଥାର ଅନୁଶାସନ ରହିବା ଆବଶ୍ୟକ । ଯଦି ସଂସ୍ଥାରେ ଡ୍ରେସ କୋଡ ରହିଛି ତେବେ ତାହା ଲାଗୁ ହେବା ଆବଶ୍ୟକ । ବ୍ୟକ୍ତିଗତ ଭାବେ ବ୍ୟକ୍ତିଗତ କାର୍ଯ୍ୟରେ କେଉଁ ବ୍ୟକ୍ତି କଣ ପିନ୍ଧିଲା, ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ।
ପ୍ରଶ୍ନ – ଗୋବଂଶର ରକ୍ଷା ପାଇଁ ଆପଣ ଅନେକ ପଦକ୍ଷେପ ନେଇଛନ୍ତି । ଭବିଷ୍ୟତରେ ଆପଣଙ୍କର କଣ ଯୋଜନା ରହିଛି ?
ଉତର – ଆମେ ଗୋମାତା କାଟିବାକୁ ଦେବୁ ନାହିଁ, ଏହା ଆମର ସ୍ପଷ୍ଟୋକ୍ତି । ଆଗାମୀ ଦିନରେ ବଡ ବଡ ଗୋଶାଳା ମାନ ନିର୍ମାଣ କରା ଯିବ ।
ରକ୍ଷା ପାଇଁ ଆପଣ ଅନେକ ପଦକ୍ଷେପ ନେଇଛନ୍ତି । ଭବିଷ୍ୟତରେ ଆପଣଙ୍କର କଣ ଯୋଜନା ରହିଛି ?
ଉତର – ଆମେ ଗୋମାତା କାଟିବାକୁ ଦେବୁ ନାହିଁ, ଏହା ଆମର ସ୍ପଷ୍ଟୋକ୍ତି । ଆଗାମୀ ଦିନରେ ବଡ ବଡ ଗୋଶାଳା ମାନ ନିର୍ମାଣ କରା ଯିବ ।